AFFILIATE MARKETING

https://binomo.com?a=90810425bb57&t=0

Thursday, March 14, 2024

COASTAL NEWS ODIA 1760 କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ

COASTAL NEWS ODIA 1760

କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ


ନୂଆଦିଲ୍ଲୀ - (CNO) ଦଳ ବଦଳ ପ୍ରକ୍ରିୟାରେ ବିଜେପି ର ପାଲା ଭାରି ରହିଛି l ବିଭିନ୍ନ dalaru ନେତାଙ୍କ ସୁଅ ଛୁଟୁଛି ବିଜେପି ଦଳ ମଜବୁତ୍ଦେ ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ର ବିଷୟ ହୋଇଛି l ବର୍ତ୍ତମାନ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । 

ଶାସକ ବିରୋଧୀ କରୁଛନ୍ତି ଜୋରଦାର ପ୍ରଚାର । ଦେଶରେ କିଭଳି କ୍ଷମତା ଗାଦିକୁ କଂଗ୍ରେସ ଫେରିବ ସେ ନେଇ ଜୋର ଦାର ପ୍ରୟାସ ଚଳାଇଛି । କିନ୍ତୁ ଲୋକସଭା ନିର୍ବାଚନ ପାଖଉଥିବା ବେଳେ ଏବେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍‌ପି ପରିନୀତି କୌର ହାତଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି ।



ଏହାପୂର୍ବରୁ ପରିନୀତି ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ପ୍ରୀତି ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ । ସେ ପଞ୍ଜାବର 'ରାଜକୀୟ ଆସନ' ପଟିଆଲାରୁ ଚାରିଥର କଂଗ୍ରେସ ଏମ୍‌ପି ହୋଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୁଁ ଆଜି ଭାଜପାରେ ଯୋଗ ଦେଉଛି ।


ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି । ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିପାରେ । ସେ ଆହୁରି କହିଛନ୍ତି ଯେ,ମୋଦି ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ଭାଜପାରେ ଯୋଗ ଦେଉଛି । କେବଳ ମୋଦି ଜିଙ୍କ ନେତୃତ୍ୱରେ ଆମେ ଆମର ପିଲା ଏବଂ ଦେଶକୁ ସୁରକ୍ଷିତ ରଖିପାରିବା । ମୁଁ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡା ଏବଂ ଭାଜପାକୁ ଧନ୍ୟବାଦ ଦେଉଛି । ଜଣାଶୁଣା ଯେ ପ୍ରୀତି କୌର ଗତ ୨୫ ବର୍ଷ ଧରି ପଟିଆଲା ଲୋକସଭା ଆସନରୁ ନିର୍ବଚନ ଲଢୁଛନ୍ତି ।


No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...