AFFILIATE MARKETING

https://binomo.com?a=90810425bb57&t=0

Thursday, March 14, 2024

ଏକା ଲଢିବ ବିଜେପି - ମନମୋହନ

COASTAL NEWS ODIA 1761

ଏକା ଲଢିବ ବିଜେପି - ମନମୋହନ 


ଭୁବନେଶ୍ବର - (CNO) ମନମୋହନଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା, କହିଲେ ସାରା ଓଡ଼ିଶା ଆନନ୍ଦିତ  କେବଳ କର୍ମୀ ନୁହଁନ୍ତି । ସାରା ଓଡ଼ିଶା ଆନନ୍ଦିତ । ମନମୋହନଙ୍କ ମନ୍ତବ୍ୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆଜି କେବଳ କର୍ମୀ ନୁହଁନ୍ତି, ସାରା ଓଡ଼ିଶାବାସୀ ଆନନ୍ଦିତ । 

ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିଛନ୍ତି ଆମେ ଏକାକୀ ଲଢ଼ିବୁ । ଏହାକୁ ନେଇ ଆମେ ସମସ୍ତେ ଉତ୍ସବ ମନାଇବା ଉଚିତ ବୋଲି ସେ କହିଛନ୍ତି । ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୩ୟ ଥର ଓ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିବ ବୋଲି ଦୃଢ଼ୋକ୍ତି ବଢ଼ିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବ ବୋଲି କହିଛନ୍ତି ମନମୋହନ ସାମଲ । ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ଲଢ଼ିବ ବୋଲି ଦୋହରାଇ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୧୪୭ ଆସନ ପାଇଁ ପ୍ରାର୍ଥୀ ଦେବ ବିଜେପି । ୨୧ ସିଟ୍‌ରେ ସାଂସଦ ପ୍ରାର୍ଥୀ ଦେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଦେବ ବୋଲି ସେ କହିଛନ୍ତି ।  

ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି । ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି । ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...