AFFILIATE MARKETING

https://binomo.com?a=90810425bb57&t=0

Tuesday, March 26, 2024

ଆଳି ବ୍ଲକ ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ଅଗ୍ନିକାଣ୍ଡ

COASTAL NEWS ODIA 1783

ଆଳି ବ୍ଲକ ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ଅଗ୍ନିକାଣ୍ଡ 



ଆଳି - (CNO) ଗତକାଲି ବିଳମ୍ବିତ ରାତିରେ ଅଚାନକ ଭାବରେ ଅଗ୍ନିକାଣ୍ଡ ଘଟି ଆଳି ବ୍ଲକ ଅନ୍ତର୍ଗତ ଗୌଡ ପାଟଣା ଗ୍ରାମର ଶିଶିର କୁମାର ଦାସ ଙ୍କ ଗୋଟିଏ ବଖରା ଘର ଜଳି ଯାଇ ଭସ୍ମୀଭୂତ ହୋଇଯାଇଛି l 

ଅକସ୍ମାତ୍ ଅଗ୍ନିକାଣ୍ଡ ଘଟି ଘରଟି ହୁତହୁତ୍ ହୋଇ ଜଳୁଥିବା ବେଳେ ପାଖ ବଜାର ଓ ଗାଁ ଲୋକେ ଦେଖିପାରି ଘରଲୋକ ଙ୍କୁ ଡାକିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ତତ୍ପରତାର ସହିତ ଏହି ଅଗ୍ନିକୁ କାବୁ କରିବାରେ ସଫଳ ହୋଇଥିଲେ l 


ଏହି ଅଗ୍ନିକାଣ୍ଡ ଫଳରେ ସେ ଘରେ ଥିବା ଆସବାବ ପତ୍ର ସହିତ ଗୋଟିଏ ଇଲେକ୍ଟ୍ରିକ ସ୍କୁଟର ଓ ଚାରି ଗୋଟି ସାଇକେଲ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇ ଭସ୍ମୀଭୂତ ହୋଇ ଯାଇଛି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଥିବା ବେଳେ ସରକାରୀ ସହାୟତା ପାଇଁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଶିଶିର ଦାସ ଆଳି ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ସଦର ଆର ଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...