AFFILIATE MARKETING

https://binomo.com?a=90810425bb57&t=0

Tuesday, March 12, 2024

ଭାରତୀୟ ରେଳବାଇରେ ପୂରଣ ହେବ ୯୧୪୪ ଟି ପଦବୀ; ତୁରନ୍ତ କରନ୍ତୁ ଆବେଦନ

 COASTAL NEWS ODIA 1751


ଭାରତୀୟ ରେଳବାଇରେ ପୂରଣ ହେବ ୯୧୪୪ ଟି ପଦବୀ; ତୁରନ୍ତ କରନ୍ତୁ ଆବେଦନ 



ନୂଆଦିଲ୍ଲୀ - (CNO) ଭାରତୀୟ ରେଳବାଇରେ କରନ୍ତୁ ଚାକିରୀ । RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଆପଣ ଯଦି ଏଥିପାଇଁ ଆଶାୟୀ ତେବେ ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ । 

ଏହି ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିସିଆନ ପଦବୀ ପୂରଣ ହେବ। ଦଶମ ପାଶ୍‌ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତି ମାଧ୍ୟମରେ ମୋଟ ୯୧୪୪ ଟି ପଦବୀ ପୂରଣ ହେବ । 



ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://rrbbbs.gov.in/କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। SSB Exam: ୭୮୬ଟି ଅଧ୍ୟାପକ ପଦବୀ ହେବ ପୂରଣ, ତୁରନ୍ତ କରନ୍ତୁ ଆବେଦନ ଗୁରୁତ୍ୱପୂର୍ଣ୍ଣ ତାରିଖ: ଅନ୍‌ଲାଇନ୍ ଆବେଦନ ୦୯ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ୦୮ ଏପ୍ରିଲ୍ ୨୦୨୪ରେ ଶେଷ ହେବ । 

ବୟସ ସୀମା

ସର୍ବନିମ୍ନ ବୟସ - ୧୮ ବର୍ଷ ସର୍ବାଧିକ ବୟସ - ୩୬ ବର୍ଷ ମାସିକ ଦରମା: ଟେକ୍ନିସିଆନ୍ Gr-III - ୧୯,୯୦୦ ରୁ ୬୩,୨୦୦ ଟଙ୍କା ଟେକ୍ନିସିଆନ୍ Gr-I ସିଗ୍ନାଲ୍ - ୨୯,୨୦୦ ରୁ ୯୨,୩୦୦ ଟଙ୍କା ଆବେଦନ ଶୁଳ୍କ: ସାଧାରଣ ବର୍ଗ/ EWS/ OBC - ୫୦୦ ଟଙ୍କା SC/ST/PwD/ମହିଳା - ୨୫୦ ଟଙ୍କା ଖାଲି ପଦବୀ: ଟେକ୍ନିସିଆନ Gr-I ସିଗ୍ନାଲ୍ - ୧୦୯୨ଟି ପୋଷ୍ଟ୍‌ ଟେକ୍ନିସିଆନ୍ Gr-III - ୮୦୫୨ଟି ପୋଷ୍ଟ୍‌ RPF 

ଶିକ୍ଷାଗତ ଯୋଗ୍ୟତା

ଦଶମ ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ITI କିମ୍ବା PCM / B.sc/ B.Tech / B.E / ଡିପ୍ଲୋମା ଇଞ୍ଜିନିୟରିଂ ସହିତ ବିଜ୍ଞାନରେ ଦ୍ୱାଦଶ ପାସ୍ 

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍: 

HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ +2/ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ ଜାତି ପ୍ରମାଣପତ୍ର ସିଗ୍ନେଚର୍ ଆଧାର କାର୍ଡ ରେସିଡେନ୍ସ ସାର୍ଟିଫିକେଟ୍ ଫଟୋଗ୍ରାଫ୍ 

ଚୟନ ପ୍ରକ୍ରିୟା

ଲିଖିତ ପରୀକ୍ଷା, 

ସାକ୍ଷାତକାର, 

ଡକ୍ୟୁମେଣ୍ଟ୍ ଯାଞ୍ଚ

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...