AFFILIATE MARKETING

https://binomo.com?a=90810425bb57&t=0

Friday, March 8, 2024

COASTAL NEWS ODIA 1738 *ଖବର ଆଜିର*

COASTAL NEWS ODIA 1738

 *ଖବର ଆଜିର* 
*ତାରିଖ:୦୮/୦୩/୨୪, ଶୁକ୍ରବାର*



*୧-ଭୁବନେଶ୍ୱର:ଆଜି ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ।*

*୨-ବିଜେଡି-ବିଜେପି ମେଣ୍ଟ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ୧୨ରେ ଆସୁଛନ୍ତି ଅମିତ ଶାହା ଓ ନଡ୍ଡା । ନବୀନଙ୍କ ସହ ମିଶି କରିପାରନ୍ତି ଘୋଷଣା।*

*୩-ଭୁବନେଶ୍ୱର: ନିବେଶ ଟାଣିବାରେ ଏବେ ଓଡ଼ିଶା ଆଗରେ,୭ ବୃହତ୍ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ,ଆସିବ ୮୦,୦୦୦ କୋଟିର ନିବେଶ।*

*୪-ଚନ୍ଦ୍ରଶେଖରପୁର: ଜାତୀୟ ଧ୍ବଜା କ୍ଷେତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରତିଦିନ ଶୁଭିବ ଦେଶାତ୍ମବୋଧ ସଂଙ୍ଗୀତ ।*

*୫-ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ୍: ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଏଆଇସିଟିଇ ଅନୁମୋଦନ ଆଣ।*

*୬-ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲା;୮ଟି ସ୍ଥାନରେ ଇଡିର ଚଢ଼ାଉ।*

*୭-ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳିତ, ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଲେ- ମାଆ’ମାନଙ୍କ ପାଖରେ ରହିଛି ବହୁତ ସମ୍ଭାବନା।*

*୮-ଭୁବନେଶ୍ୱର:ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ପଦୋନ୍ନତି।*

*୯-କିଟ୍ ବିଶ୍ୱବିଦ୍ୟାଳୟ: ଯାନ୍ତ୍ରିକ ବିଦ୍ୟାଳୟରେ ଥର୍ମୋଫ୍ଲୁଇଡ ଓ ମାନୁଫାକ୍ଚରିଂ ବିଜ୍ଞାନରେ ୨ ଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ।*

*୧୦-ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମାସିକ ୪,୫୦୦ ଟଙ୍କାରୁ ୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।*

*୧୧-ତାତିରୁ ମିଳିବନି ନିସ୍ତାର,୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ,୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା।*

*୧୨-ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ।*

*୧୩-ଭୁବନେଶ୍ୱର:ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର।*

*୧୪-ଚନ୍ଦ୍ରଶେଖରପୁର: ଶ୍ରୀବିହାରରେ ଗଙ୍ଗାଧର ମେହେର ଓ ଅଗ୍ରିଆ ଭବନ ଶିଳାନ୍ୟାସ ସମ୍ପନ୍ନ, ଖର୍ଚ୍ଚ ହେବ ୬ କୋଟି।*

*୧୫-ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।*

*୧୬-କେନ୍ଦ୍ର କର୍ମଚାରୀଙ୍କୁ ହୋଲି ଭେଟି, ୪% ବଢିଲା ମହଙ୍ଗା ଭତ୍ତା, ବଢିବ HRA।*

*୧୭-ପୋଲସରା, ବରଗାଁ:ବନ୍ଦ ଘରୁ ଉଦ୍ଧାର ହେଲା ମାଆ-ଝିଅଙ୍କ ମୃତ ଦେହ, ପାରିବାରିକ କଳହରୁ ହତ୍ୟା ସନ୍ଦେହ କରୁଛି ପୋଲିସ।*

*୧୮-ପତ୍ନୀ ଠାରୁ ଘର କାମ ଆଶା କରିବା ଆଦୌ କ୍ରୂରତା ନୁହେଁ :ଦିଲ୍ଲୀ ହାଇକୋର୍ଟ।*

*୧୯-ନୂଆଦିଲ୍ଲୀ: ସେଲିବ୍ରିଟି ଏବଂ ଇନ୍‌ଫ୍ଲୁଏନ୍‌ସରମାନେ ଜୁଆ ଖେଳ ଏବଂ ବେଟିଂକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ କରିପାରିବେ ନାହିଁ।*

*୨୦-ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ।*

*୨୧-ସବୁଠୁ କମ୍ ଟେଷ୍ଟରେ ଏକ ହଜାର ରନ୍, ଗୋଟିଏ ସିରିଜରେ ୭୦୦ ରନ୍, କ୍ରିକେଟ୍ ମହାରଥୀଙ୍କ ରେକର୍ଡକୁ ପଛରେ ପକାଇଲେ ଜୈସ୍ୱାଲ।*

.                 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
[08/03, 8:53 am] balaji: *╔━━━━🔅━━━━━━🔅━━╗*
*║    *🌼ଖବର ଆଜିର,ତାରିଖ ୦୮/୦୩/୨୦୨୪,ଶୁକ୍ରବାର🌼*                            ║*
*╚━━━━🔅━━━━━━🔅━━╝*       

*୦୧-ଭୁବନେଶ୍ୱର : ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ଉପଲକ୍ଷେ ଶୁକ୍ରବାର ଉତ୍ସବ ପାଳନ ପାଇଁ ନୀତି ନିର୍ଦ୍ଦଣ୍ଟ ସ୍ଥିର କରାଯାଇଛି।ରାତି ୧୦ଟାରେ ଉଠିବ ମହାଦୀପ।*

*୨-ବିଜେଡିର ୨ ନେତା ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନ ଦିଲ୍ଲୀ ଯାଇଥିବା ସୂଚନା ରହିଛି । ସ୍ୱତନ୍ତ୍ର ଚାର୍ଟର ବିମାନରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତ ନେଇ ରାଜନୀତି ସରଗରମ ।*

*୩-  ଭୁବନେଶ୍ୱର: ପୁଣି ଆପିଏସରେ ସ୍ତରରେ ବଡ଼ ଧରଣ ଅଦଳ ବଦଳ । ୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।*

*୪- ‌ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍; ରାଜ୍ୟର ୧୮ଟି ଡିଭିଜନରେ ନିୟୋଜିତ ହେବେ ସ୍ୱତନ୍ତ୍ର ଗାଡି।*

*୫-  ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ ।୫୦୦୦ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।*

*୬-   ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କର୍ମଚାରୀ ମାନଙ୍କ ପାରିଶ୍ରମିକରେ 25 ପ୍ରତିଶତ ବୃଦ୍ଧି ଘୋଷଣା।*

*୭- ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଅରବିନ୍ଦ ।*

*୮-ପୁରୀ: ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ।ମହାଦେବଙ୍କ ପ୍ରତିକୂତିକୁ ସ୍ଥାନ ଦେବା ସହ ୫୦୦ଟି ଷ୍ଟୋନରେ ଶିବଲିଙ୍ଗ ସ୍ଥାପନ କରିଛନ୍ତି ।*

*୯-ଭୁବନେଶ୍ବର: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ।*

*୧୦- ଜମ୍ମୁ-କଶ୍ମୀରରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କଲେ ମୋଦୀ।*

*୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟ (ପୂର୍ବ ଟିଡି-୫ ଗ୍ରେଡ୍ ସହ ସମାନ ଟିଡିଏନ୍-୩)ର ଏମଏସପି କ୍ୱିଣ୍ଟାଲ ପିଛା ୫,୩୩୫/- ଟଙ୍କା ଧାର୍ଯ୍ୟ କରାଯାଇଛି।*

*୧୨- ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ରହିବ ଜାରି।ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ପାଇବେ।*

*୧୩- କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା।ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର ।*

*୧୪- ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛି।କଂଗ୍ରେସରୁ ପାଞ୍ଚ ଥର କେରଳର ମୁଖ୍ୟମନ୍ତ୍ରୀ ଥିବା କରୁଣାକରନଙ୍କ ଝିିଅ ପଦ୍ମଜା ଭେନୁଗୋପାଲ ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।*

*୧୫-ଗୋପାଳପୁର: ଗୋପାଳପୁର ଅଞ୍ଚଳରେ ଆତଙ୍କ,  ବାଇକରେ ଆସି ଝାମ୍ପି ନେଲେ ସୁନାର ମଙ୍ଗଳସୂତ୍ର।*

*୧୬- ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ।ତେବେ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।*

*୧୭- ଦାଣ୍ଡ ମୁକୁନ୍ଦପୁର ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ ହୋଇଛନ୍ତି। ୩କୋଟି ୭୦ଲକ୍ଷ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଗିରଫ କରିଛି ।*

*୧୮- ପୁଣି ଖୋଲିଲା ଚିଟଫଣ୍ଡ ଫାଇଲ  । ସିବିଆଇ ପରେ ମାମଲା ହାତକୁ ନେଇଛି ଇଡି  । ଏଟି ଚିଟଫଣ୍ଡ ଠକେଇ ମାମଲା ରେ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜ ମାଲିକ  ବିକାଶ ସ୍ୱାଇଁଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି।*

*୧୯-୮ ମାର୍ଚ୍ଚ ୨୦୨୪ ରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜରର ନିୟମିତ ସେବା।*

*୨୦-ନୂଆଦିଲ୍ଲୀ: ଏଣିକି ଜୁଆ ଓ ବେଟିଂ ବିଜ୍ଞାପନ କରି ପାରିବେନି ସେଲିବ୍ରିଟି।କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ(ସିସିପିଏ) ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି।*

*୨୧- ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ।*

*୨୨- ଅନୁଗୁଳରେ ରେକର୍ଡ ଭାଙ୍ଗିଲା ସାଇବର ଠକେଇ।ମାସକରେ ଦେଢ଼ କୋଟି ଟପିଲାଣି।*

*୨୩-କୋଲକାତା: ସିଏଏ- ଏନଆରସି ଲାଗୁ ହେବାକୁ ଦେବି ନାହିଁ: ଶାହାଙ୍କୁ ସମାଲୋଚନା କଲେ ମମତା।*

*୨୪- ମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି : ମୁଖ୍ୟମନ୍ତ୍ରୀ।*

*୨୫- ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ରଷ୍ଟ।*

.             

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...