AFFILIATE MARKETING

https://binomo.com?a=90810425bb57&t=0

Saturday, March 16, 2024

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

COASTAL NEWS ODIA 1772

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର



ଭୁବନେଶ୍ବର - (CNO) ଘୋଷଣା ହୋଇଯାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ରାଜଧାନୀର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ହେବା ନେଇ କ୍ୟାବିନେଟରେ ସବୁଜ ସଂକେତ ମିଳିପାରିଛି । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିିଳିଛି।ସେହିପରି କଟକ ଚାଉଳିଆଗଞ୍ଜରେ ଏକ ଡିଏଭି ମେଡିକାଲ ପବ୍ଲିକ ସ୍କୁଲ ତିଆରି କରିବେ ରାଜ୍ୟ ସରକାର । ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି। 



ଏହାବ୍ୟତୀତ କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିପାରିଛି । ଅନ୍ୟପକ୍ଷରେ ସାଲେପୁର ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏଥିପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ।

ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀର ପୁନଃନିର୍ମାଣ କାମ ବଢିବା ପାଇଁ ମଧ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ପୁନଃନିର୍ମାଣ କାର୍ଯ୍ୟର ଅବଧିକୁ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି । ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...