AFFILIATE MARKETING

https://binomo.com?a=90810425bb57&t=0

Wednesday, March 20, 2024

COASTAL NEWS ODIA 1780 ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ‘କିଛି ବି ହେଇପାରେ, ନିଷ୍ପତ୍ତି ନେବେ ରାଷ୍ଚ୍ରୀୟ ଅଧ୍ୟକ୍ଷ ଅମିତ ଶାହା

COASTAL NEWS ODIA 1780

ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ‘କିଛି ବି ହେଇପାରେ, ନିଷ୍ପତ୍ତି ନେବେ ରାଷ୍ଚ୍ରୀୟ ଅଧ୍ୟକ୍ଷ ଅମିତ ଶାହା 




ନୂଆଦିଲ୍ଲୀ - (CNO) ଓଡ଼ିଶାର ପୁରପଲ୍ଲୀରେ ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଗତ କିଛି ଦିନ ହେବ ଜୋର୍ ଧରିଛି ମେଣ୍ଟ ଚର୍ଚ୍ଚା । ରାଜ୍ୟରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ମେଣ୍ଟ ହେବା ନେଇ ଅନେକ ଚର୍ଚ୍ଚା ହେଉଛି । ଯଦିଓ ଗତ ଦୁଇ ତିନି ଦିନ ଧରି ଏହା ସାମାନ୍ୟ ଥଣ୍ଡା ପଡ଼ିଯାଇଥିଲା, କିନ୍ତୁ ଦୁଇ ଦଳର ପ୍ରମୁଖ ନେତାଙ୍କ ବୟାନ ଏହାକୁ ପୁଣି ଉଜ୍ଜିବିତ କରିଛି । ପୁଣି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ସମୟରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପିର କେନ୍ଦ୍ର ନେତା ଅମିତ ଶାହା । 

ମେଣ୍ଟ ବିଷୟରେ ଏକ ପ୍ରଶ୍ନରେ ଶାହା କହିଛନ୍ତି, 'କିଛି ବି ହେଇପାରେ । ଆଗ ଏ ନେଇ ନିଷ୍ପତ୍ତି ହେଇଯାଉ ।' ଶାହାଙ୍କ ଏପରି ବିବୃତ୍ତି ପରେ ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ ହୋଇ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି । 'କିଛି ବି ହୋଇପାରେ । ଏ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ।' ଏହା ସହ ସେ କହିଛନ୍ତି ମେଣ୍ଟ ହେଲେ ବିଜେଡି ସହ ଲଢିବୁ । ନ ହେଲେ ରାଜ୍ୟରେ ସରକାର ଗଢିବା ଲାଗି ବିଜେପି ଏକାକୀ ଲଢିବ ।  
ବିଜେଡି ବିଜେପି ମେଂଟ ହେବ ନା ନାହିଁ । ଏଇ ଗୋଟିଏ ପ୍ରଶ୍ନର ଉତରକୁ ଅନାଇ ରହିଛି ସାରା ଓଡିଶା । ଦୁଇ ଦଳର ନେତା ଓ କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱ ମେଂଟ ନେଇ ମୁହଁ ଖୋଲୁ ନାହାନ୍ତି । ଏତିକି ବେଳେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାpଣ୍ଡିଆନ୍ କହିଛନ୍ତି, ବୃହତର ସ୍ୱାର୍ଥ ଦୃଷ୍ଟିରୁ ମେଂଟ ହେଉଛି । ଯଦିଓ ନିର୍ବାଚନ ଜିତିବା ପାଇଁ ଉଭୟ ମେଂଟ ଆବଶ୍ୟକ କରୁନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁତା ନୀବିଡ ଏବଂ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦୁହେଁ ଏକାଠି ହେଉଥିବା କଥା କହିଛନ୍ତି ।

ବିଜେଡି-ବିଜେପି ମେଂଟକୁ ନେଇ ଚର୍ଚ୍ଚା ଭିତରେ, ଭି.କେ.ପାଣ୍ଡିଆନଙ୍କ ଜାତୀୟ ଗଣମାଧ୍ୟମ ନେଟୱର୍କ-୧୮ କନକ୍ଲେଭରେ ଭାଗ ନେଇ ଦେଇଥିବା ଏହି ବୟାନ ପୁଣି ଥରେ ପ୍ରସଙ୍ଗକୁ ତାଜା କରିଛି । ବିଜେଡି-ବିଜେପି ମଧ୍ୟରେ ଏବେ ବି ମେଂଟ ସମ୍ଭାବନା ରହିଛି, ବୋଲି ପାଣ୍ଡିଆନଙ୍କ ବୟାନରୁ ବାରି ହୋଇପଡୁଛି । ମେଂଟକୁ ବିଜେଡିର ଶୀର୍ଷ ନେତା ମୁହଁ ଖୋଲୁ ନଥିବାବେଳେ, ପାଣ୍ଡିଆନ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ମେଂଟ ହେବ କି ନାହିଁ ସିଧାସଳଖ କିଛି କହି ନଥିଲେ ବି ସସପେନ୍ସକୁ ଆହୁରି ବଢ଼ାଇଛନ୍ତି । ନଜର ପକାନ୍ତୁ କଣ କହିଲେ, ପାଣ୍ଡିଆନ..
ମେଂଟକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା

– ନିର୍ବାଚନ ଗଣିତକୁ ପ୍ରଭାବିତ କରିବା ପାଇଁ ଜଣେ ମେଂଟ କରିଥାଏ
– ବିଜେଡି ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପିର ସହଯୋଗ ଆବଶ୍ୟକ କରୁନି
– ବିଜେପି କେନ୍ଦ୍ରରେ ସରକାର ଗଢ଼ିବାକୁ ବିଜେଡିର ସହାୟତା ଆବଶ୍ୟକ କରିନପାରେ
– ନବୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ, ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି
– ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି
– ରାଜନୀତିରୁ ଉଦ୍ଧ୍ୱର୍ରେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ବନ୍ଧୁ ଏକାଠି ହୋଇପାରନ୍ତି
– କଣ ହେବ ଖୁବଶୀଘ୍ର ଜଣାପଡିବ ?

ମେଂଟକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ତରୀୟ ନେତା ଓ ପ୍ରଭାରୀ କହୁଛନ୍ତି ।  

ମେଂଟ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନପଟ୍ଟନାୟକ ନିଷ୍ପତି ନେବେ ବୋଲି ବିଜେଡି ନେତାମାନେ କହୁଛନ୍ତି । ଅନ୍ୟପଟେ ଉଭୟ ଦଳର ଛାମୁଆ ସଂଗଠନ, ତୃଣମୂଳ ସ୍ତରର ନେତା ଓ କର୍ମୀ ମେଂଟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏତିକିବେଳେ ପାଣ୍ଡିଆନ ଦିଲ୍ଲୀରେ ମେଂଟକୁ ନେଇ ଏଭଳି କହିବା ପରେ କଟାକ୍ଷ କରିଛି କଂଗ୍ରେସ । ଏପଟେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚାହିଁଲେ ମେଂଟ ହୋଇପାରେ ବୋଲି କହିଛନ୍ତି ବିଜେପି ବିଧାୟକ ।

ତେବେ ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ମେଂଟ ଚର୍ଚ୍ଚା ଏବେ ଭିନ୍ନ ଏକ ମୋଡ଼ରେ ପହଂଚିଛି ଯେତେବେଳେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବୟାନ ଆସିଛି ।


ରାଜ୍ୟରେ ବିଜେପିର ଆସନକୁ ନେଇ ଶାହା କହିଛନ୍ତି, 'ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢ଼ିବ । ଓଡ଼ିଶାରେ ଆମ ଶକ୍ତିରେ ବଡ଼ ଅଭିବୃଦ୍ଧି ହେବ । ଏହା ବାଦ୍ ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ନେଇ ଶାହା କହିଛନ୍ତି, 'ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ଏହାରି ଗଣତନ୍ତ୍ରର ସୁନ୍ଦରତା ।' 

ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମେଣ୍ଟ ଉପରେ ମଧ୍ୟ ବୟାନ ଦେଇଥିଲେ । ରାଜ୍ୟରେ ବିଜେଡ଼ିକୁ ସରକାର ଗଢିବାକୁ ବିଜେପିର ଆବଶ୍ୟକତା ନାହିଁ କିମ୍ବା କେନ୍ଦ୍ରରେ ବିଜେପିକୁ ସରକାର ଗଢିବା ପାଇଁ ବିଜେଡ଼ିର ଆବଶ୍ୟକତା ନାହିଁ । ଯଦି ମେଣ୍ଟ ହୁଏ, ତେବେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ହୋଇପାରେ ବୋଲି କହିଥିଲେ ପାଣ୍ଡିଆନ୍ । 

ଏହା ପରେ ଅମିତ ଶାହାଙ୍କ ଏପରି ବୟାନ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । ତେବେ ଆଜିକାଲି ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି । ଦୁଇ ଦଳ ମେଣ୍ଟ କରିବେ ନା ଏକାକୀ ନିର୍ବାଚନୀ ମୈଦୀନକୁ ଓହ୍ଲାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...