AFFILIATE MARKETING

https://binomo.com?a=90810425bb57&t=0

Tuesday, March 26, 2024

COASTAL NEWS ODIA ଚନ୍ଦ୍ରୟାନ-୩ ଅବତରଣ ସ୍ଥଳକୁ ଏବେ ‘ଶିବ ଶକ୍ତି' ନାମରେ ମିଳିଲା ମଞ୍ଜୁରି, ପିଏମ ମୋଦି କରିଥିଲେ ଆବେଦନ

COASTAL NEWS ODIA 1788

ଚନ୍ଦ୍ରୟାନ-୩ ଅବତରଣ ସ୍ଥଳକୁ ଏବେ ‘ଶିବ ଶକ୍ତି' ନାମରେ ମିଳିଲା ମଞ୍ଜୁରି, ପିଏମ ମୋଦି କରିଥିଲେ ଆବେଦନ  


ନୂଆଦିଲ୍ଲୀ - (CNO) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଥିବା ସ୍ଥାନର ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ ସଂଘ (ଆଇଏୟୁ)ର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ 'ଶିବ ଶକ୍ତି' ନାମରେ ନାମିତ କରାଯାଇଛି । 

ଭାରତର ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଶ୍ୱର ସମସ୍ତ ଦେଶର ସ୍ପେସ ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଥିଲା । ଏହି ସଫଳତା ପରେ, ୨୬ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ -୩ ର ଅବତରଣ ସ୍ଥାନକୁ 'ଶିବ ଶକ୍ତି ପଏଣ୍ଟ' ବୋଲି କହିଥିଲେ । 

ଅବତରଣ ସ୍ଥଳକୁ 'ଶିବ ଶକ୍ତି' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବାର ପ୍ରାୟ ସାତ ମାସ ପରେ ଏହି ମଞ୍ଜୁରି ମିଳିଛି । ଚନ୍ଦ୍ରାୟନ -୩ ୧୪ ଜୁଲାଇ ୨୦୨୩ରେ ଲଞ୍ଚ କରାଯାଇଥିଲା । 

ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏକ ଖଠଗ୩-ଗ୪ ରକେଟରେ ଉତକ୍ଷେପଣ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ ୨୩ ରେ ସା ୫ଟା ୪ ରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା । ଏହାର ମୋଟ ମୂଲ୍ୟ ୬୧୫ କୋଟି ଟଙ୍କା ଥିଲା । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...