AFFILIATE MARKETING

https://binomo.com?a=90810425bb57&t=0

Wednesday, March 6, 2024

ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି ଗଲେ ଯୁବକ

COASTAL NEWS ODIA 1729

ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି
ଗଲେ ଯୁବକ 

ଆଳି - (CNO) ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସଂସିଧା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଶୁଦ୍ଧିକ୍ରିୟା କର୍ମ ଅନୁଯାୟୀ ବାରିକ ପାଖରୁ ବାଳ କାଟି ସାରି ନଦୀରେ ଗାଧୋଉଥିବା ବେଳେ ଜନୈକ ଯୁବକ କାଣୀନଦୀ ସ୍ରୋତରେ ଭାସି ଯାଇଛନ୍ତି। 

ଘଟଣାରୁ ଜଣାପଡ଼ିଛି ଯେ, ମଙ୍ଗରାଜପୁର ଗ୍ରାମର ପରଲୋକଗତ ପୁରୁଷୋତ୍ତମ ଗିରିଙ୍କ ଦଶାହରେ ଆଜି ଜ୍ଞାତିକୁଟୁମ୍ବ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥିଲେ। ସୁଶାନ୍ତ ଗିରିଙ୍କ ପୁଅ ତଥା ମୃତ ପୁରୁଷୋତ୍ତମଙ୍କ ନାତି ପ୍ରକାଶ ଶୁଦ୍ଧିକ୍ରିୟା ସାରି ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି ଯାଇଥିଲେ। 

ଖବର ପାଇ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ଏ ପର୍ଯ୍ୟନ୍ତ ନିଖୋଜ ପ୍ରକାଶଙ୍କର କୌଣସି ସନ୍ଧାନ ମିଳି ନଥିବା ବେଳେ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ରହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...