AFFILIATE MARKETING

https://binomo.com?a=90810425bb57&t=0

Sunday, March 17, 2024

ELECTORAL BOND ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ

COASTAL NEWS ODIA 1776

ELECTORAL BOND ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ 



ନୂଆଦିଲ୍ଲୀ - (CNO) ନିର୍ବାଚନ କମିସନ ରବିବାର ଇଲେକ୍ଟୋରାଲ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି, ଯାହାକୁ ସିଲ୍ କଭରରେ ପ୍ରଥମେ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିଲା ଏବଂ ପରେ ଏହାକୁ ସାର୍ବଜନୀନ କରିବାକୁ କୁହା ଯାଇଥିଲା । ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ । 

ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି କପି ଏବଂ ଏହାର ଡିଜିଟାଲ ଭର୍ସନ କମିଶନଙ୍କୁ ଫେରାଇ ଦେଇଥିଲେ । ନିର୍ବାଚନ ଆୟୋଗ ଏହି ରେକର୍ଡକୁ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି । ନିର୍ବଚାନ କମିଶନ ଏକ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି । ଲୋକ ସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛନ୍ତି । 

ଏପ୍ରିଲ ୧୯ ତାରିଖରୁ ଜୁନ ୧ ତାରିଖ ମଧ୍ୟରେ ସାତୋଟି ପର‌୍ୟ୍ୟାୟରେ ନିର୍ବାଚନ ଆୟୋଜିତ ହେବ । ସଦ୍ୟ ପ୍ରକାଶିତ ତଥ୍ୟରେ କେବଳ ବଣ୍ଡର ତାରିଖ, ନାମ, ବଣ୍ଡ ସଂଖ୍ୟା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ପ୍ରଦାନ, ପ୍ରାପ୍ତ ତାରିଖ ଏବଂ ଋଣ ତାରିଖର ପ୍ରାଥମିକ ତଥ୍ୟ ଦର୍ଶାଯାଇଛି । ଏହା ବଣ୍ଡର ଅନନ୍ୟ ସଂଖ୍ୟା ପ୍ରକାଶ କରେ ନାହିଁ । 

ଇଲେକ୍ଟୋରାଲ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବାଠାରୁ ରାଜନୈତିକ ଦଳଗୁଡ଼ିକୁ ଏଥିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି । ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା । ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା ଭାଜପା ପାଇଁ ବଡ଼ ଝଟକା । ନିର୍ବାଚନ କମିଶନ ଏବଂ ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥତ୍କ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ପାଇଥିବାବେଳେ ସେଥିରୁ ଶାସକ ଭାଜପାର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା । 

ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ମୋଟ ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ଉକ୍ତ ବଣ୍ଡ୍‌ରୁ ପାଇଛନ୍ତି । ତେବେ ମୋଟାମୋଟି ଦେଖିଲେ ଇଲେକ୍ଟୋରାଲ ବଣ୍ଡ୍‌ରୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ମୋଟ ଆୟର ଅଧାରୁ ଅଧିକ l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...