AFFILIATE MARKETING

https://binomo.com?a=90810425bb57&t=0

Wednesday, March 6, 2024

ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ଟ୍ରେନର ଲୋକାର୍ପଣ

COASTAL NEWS ODIA 1726

ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ଟ୍ରେନର ଲୋକାର୍ପଣ

କୋଲକାତା - (CNO) ଆମ ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଲୋକାର୍ପଣ ହୋଇଯାଇଛି । ବୁଧବାର ଏହାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 
ଜନସାଧାରଣଙ୍କ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବାକୁ ଉତ୍ସର୍ଗ କରାଯାଇଛି । ଏହା ସହିତ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ଉଦଘାଟନ କରାଯିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।



ଏହି ମେଟ୍ରୋ ସେବାର ପ୍ରଥମ ଜନସାଧାରଣ ଯାତ୍ରା ମଧ୍ୟ କରିବେ। ପିଏମ ମୋଦୀଙ୍କ ଉଦଘାଟନ ପରେ ବର୍ତ୍ତମାନ ସାଧାରଣ ଲୋକମାନେ ଅଣ୍ଡର ୱାଟର ମେଟ୍ରୋରେ ଯାତ୍ରା କରିପାରିବେ । ଏହି ମେଟ୍ରୋ ହାଓ୍ୱଡା ମଇଦାନ ଏବଂ ଏସପ୍ଲାନେଡ୍ ମଧ୍ୟରେ ଚାଲିବ । 

ଯାତ୍ରୀମାନେ ହୁଗଲି ନଦୀ ପାର କରିବା ପରେ ଟନେଲରେ ନୀଳ ଜଳରାଶିର ମଜା ନେବେ । ପୂର୍ବ-ପଶ୍ଚିମ ମେଟ୍ରୋ କରିଡରକୁ ୨୦୦୮ରେ କେନ୍ଦ୍ରରେ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାର ସବୁଜ ସଙ୍କେତ ଦେଇଥିଲେ । ୨୦୦୯ରେ ଏହାର ମୂଳଦୁଆ ପଡିଯାଇଥିଲା ।



ହାଓ୍ୱଡା ମେଟ୍ରୋ ଷ୍ଟେସନ ହେଉଛି ପୂର୍ବ-ପଶ୍ଚିମ କୋଲକାତା ମେଟ୍ରୋ କରିଡରର ଗଭୀରତମ ଷ୍ଟେସନ୍ । ଏହି ଷ୍ଟେସନର ଉଚ୍ଚତା ପ୍ରାୟ ୧୦ ମହଲା କୋଠା ପରି । ଏହା ହେଉଛି ଦେଶର ସବୁଠାରୁ ଗଭୀର ମେଟ୍ରୋ ଷ୍ଟେସନ ।

କୋଲକାତା ମେଟ୍ରୋ ଜେନେରାଲ ମ୍ୟାନେଜର ପି ଉଦୟ କୁମାର କହିଛନ୍ତି ଯେ 'କୋଲକାତା ମେଟ୍ରୋ ସମସ୍ତ ତିନୋଟି ମେଟ୍ରୋ ବିଭାଗରେ ବ୍ୟବସାୟିକ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ । ତେବେ ଏହାର ଉଦ୍‌ଘାଟନ ପରେ ପର୍ଧାନମନ୍ତ୍ରୀ ନିଜେ ସ୍କୁଲ ପିଲାଙ୍କ ସହ ଯାତ୍ରା କରିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...