AFFILIATE MARKETING

https://binomo.com?a=90810425bb57&t=0

Saturday, March 23, 2024

COASTAL NEWS ODIA 1785 ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଜଣେ ମୃତ, ୪୯ ଆକ୍ରାନ୍ତ

COASTAL NEWS ODIA 1785

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଜଣେ ମୃତ, ୪୯ ଆକ୍ରାନ୍ତ 


ହୀରାକୁଦ - (CNO) ହୀରାକୁଦରେ ବ୍ୟାପୁଛି ଡାଇରିଆ । ମିଳିଥିବା ସୂଚନା ଅନୁସାରେ, ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୯ ଜଣ ଗୁରୁତର ଆକ୍ରନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ହୀରାକୁଦ ମେଡିକାଲରେ ଅନେକଙ୍କର ଚିକିତ୍ସା ଜାରି ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗ୍ରାଉଣ୍ତ ସ୍ଥିତିରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବେ । ସେହିପରି ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜଲସ୍ୱାସ୍ଥ୍ୟ ADMO । 

ସୂଚନା ଅନୁସାରେ, ହୀରାକୁଦ ସହରର ନ୍ୟୁ ମାର୍କେଟ୍ କଲୋନି, ମାଛପଡ଼ା, ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା, କାଲୋପଡ଼ା ଅଞ୍ଚଳରେ ଛାଡାବାନ୍ତି ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ଦୂଷିତ ପାନୀୟ ଜଳ ପାଇଁ ଡାଇରିଆ ବ୍ୟାପୁଥିବା ସନ୍ଦେହ କରାଯାଉଛି । ମୋବାଇଲ୍ ହେଲଥ ୟୁନିଟ୍ ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପିଇବା ପାଣି ପାଇଁ ଡାଇରିଆ ବ୍ୟାପିବାରେ ଲାଗିଛି । ପାଣିକୁ ବିଶୁଦ୍ଧ କରାଯାଉ ନାହିଁ । ପ୍ରାୟ ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଟେଷ୍ଟା ପାଇଁ ପଠାଯାଇଛି ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡୋର ଟୁ ଡୋର ବୁଲି ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଉଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...