AFFILIATE MARKETING

https://binomo.com?a=90810425bb57&t=0

Thursday, March 7, 2024

କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ)

COASTAL NEWS ODIA 1734

କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) 




ନୂଆଦିଲ୍ଲୀ - (CNO) ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । 

ଉଭୟ କେନ୍ଦ୍ର କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ । 

ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଯଦି ଡିଏ ୫୦ ପ୍ରତିଶତ ଯାଏ ପହଞ୍ଚି ଯାଏ ତେବେ ଘର ଭଡ଼ା ଭତ୍ତା ଅର୍ଥାତ୍ ଏଚଆରଏରେ ମଧ୍ୟ ବୃଦ୍ଧି ହେବ । ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ଅନୁମୋଦନ ଏହି ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଟେକ୍‌-ହୋମ ଦରମା ପ୍ୟାକେଜ ମଧ୍ୟ ବଢିବା ନିଶ୍ଚିତ । 


ଉଲ୍ଲେଖଯୋଗ୍ୟ ଯେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଏଚଆରଏ ବୃଦ୍ଧି ପାଇଁ ତିନୋଟି ବର୍ଗରେ ସହରଗୁଡିକୁ ଭାଗ କରାଯାଇଛି । ଏହି କ୍ୟାଟେଗୋରୀ ହେଉଛି x,y ଏବଂ z।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...