AFFILIATE MARKETING

https://binomo.com?a=90810425bb57&t=0

Monday, March 18, 2024

ଆଜିର ଖବର

COASTAL NEWS ODIA 1778

ସକାଳର ଖବର, ୧୮-ମାର୍ଚ୍ଚ-୨୦୨୪, ସୋମବାର



➡️୧-ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ପ୍ରଥମ ହୋଲି ଖେଳିବେ ରାମଲଲ୍ଲା । ସୂଚନା ଦେଲେ ଶ୍ରୀରାମ ଜନ୍ମଭୂମିର ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ l

➡️୨-ଘରଭଡ଼ା ଭତ୍ତା ସଂଶୋଧନ କଲେ ରାଜ୍ୟ ସରକାରl ଏଣିକି ମୂଳ ବେତନର ୧୬ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ ସରକାରୀ କର୍ମଚାରୀ l

➡️୩-ଏଣିକି ଫେକ୍ ନ୍ୟୁଜ ଉପରେ ରହିବ ନିର୍ବାଚନ କମିସନଙ୍କ ନଜର l ମିଛ ଖବର ପ୍ରଚାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ l

➡️୪-ଓଡ଼ିଶା ଚକ୍ଷୁ ସେବା କ୍ୟାଡର’ ଗଠନ କଲେ ରାଜ୍ୟ ସରକାର, ସଂକଳ୍ପନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ l

➡️୫-ଭୁବନେଶ୍ୱର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା ଗତକାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ହେଲା ଆରମ୍ଭ । ସୋମବାର ବ୍ୟତୀତ ଏହି ଟ୍ରେନ୍ ସେବା ସବୁ ଦିନ ଉପଲବ୍ଧ ହେବ।

➡️୬-କଟକରେ ଆରମ୍ଭ ହେଲା ପଖାଳ ଦିବସ ପାଳନ, ଜିଆଇ ଟ୍ୟାଗ୍‌ ଦାବି କରି ଏଣିକି ସପ୍ତାହେ ଯାଏଁ ପାଳିବେ କଟକିଆ l

➡️୭-ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦେଲେ ଖାସ୍ ନିର୍ଦ୍ଦେଶ, କହିଲେ ନୂତନ ସରକାରର ପ୍ରଥମ ୧୦୦ ଦିନ ଏବଂ ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ l

➡️୮-କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର l ୪୦ରୁ ୫୦ କିମି ବେଗରେ ବହିପାରେ ପବନ l

➡️୯-ନିର୍ବାଚନ ପାଇଁ ଏଣିକି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ l ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଗଲା ସୂଚନା l

➡️୧୦-ଗଣତି ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ହେଲା ସଂଶୋଧନ, ଏଣିକି ଅରୁଣାଚଳ ଓ ସିକିମରେ ଭୋଟ୍ ଗଣତି ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍ ୨ରେ ହେବ l

➡️୧୧-ବ୍ରହ୍ମପୁର ଶୀତଳାପଲ୍ଲୀ ସମ୍‌ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର ହେଲା ଅନୁଷ୍ଠିତ l

➡️୧୨-ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟକୁ ଲାଗିଲା ଶକ୍ତ ଝଟ୍‌କା, ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି ହେଲା ହ୍ରାସ l

➡️୧୩-ମଣିପୁରରୁ ଆରମ୍ଭ ହୋଇଥିବା ମୁମ୍ବାଇରେ ଶେଷ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା l

➡️୧୪-ମଥୁରା ‘ଲଡୁ ହୋଲି’ରେ ଦଳାଚକଟା ଯୋଗୁଁ ଅନେକ ଶ୍ରଦ୍ଧାଳୁ ହେଲେ ଆହତ, ୨ ଜଣ ଗୁରୁତର l

➡️୧୫-ଗୁଜରାଟ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କୁ ମାର୍‌ପିଟ ଘଟଣାରେ ୨ଜଣ ହେଲେ ଗିରଫ, ୧୫ ଜଣଙ୍କ ବିରୋଧରେ ହେଲା ମାମଲା ରୁଜୁ l

➡️୧୬-ଋଷ୍‌ରେ ପୁଣିଥରେ ଭ୍ଲାଦିମିର ପୁଟିନ୍ ରାଷ୍ଟ୍ରପତି ହେବା ନିଶ୍ଚିତ। ଏନେଇ ଆରମ୍ଭ ହେଲା ପ୍ରସ୍ତୁତି। ନିର୍ବାଚନରେ ଋଷରେ ପ୍ରଥମ ଥର ପାଇଁ ଅନଲାଇନ୍ ଭୋଟ୍ ବ୍ୟବସ୍ଥା ହୋଇଛି।

➡️୧୭-ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନ ହୁଅନ୍ତି ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଏବଂ ସମଗ୍ର ଦେଶରେ ରକ୍ତପାତ ହେବ।

➡️୧୮-ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା WPL ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ବିକେଟରେ କଲା ପରାସ୍ତ  l ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍ l

➡️୧୯-ଆୟର୍ଲାଣ୍ଡ ବ୍ୟାଟର୍‌ଙ୍କ ବିଶ୍ୱ ରେକର୍ଡ।  ଭାଙ୍ଗିଲେ ବାବରଙ୍କ ରେକର୍ଡ। ଅନ୍ତର୍ଜାତୀୟ ଟି-୨୦ରେ ୪୦୦ ଚୌକା ମାରିବାରେ ପ୍ରଥମ ବ୍ୟାଟର ହେଲେ ପଲ୍ ଷ୍ଟ୍ରିର୍ଲିଂ। 

➡️୨୦-ଅଶ୍ୱିନଙ୍କୁ ସମ୍ମାନିତ କଲା TNCA: ମିଳିଲା ୫୦୦ ସ୍ୱର୍ଣ୍ଣମୁଦ୍ରା ସହ କୋଟିଏ ଟଙ୍କାର ଚେକ୍ l ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ ସିରିଜରେ ସର୍ବାଧିକ ୨୬ଟି ୱିକେଟ୍ ସେ ନେଇଥିଲେ। 

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଶ୍ରୀ ହରି ଜୟନ୍ତୀ ll*
*🔅ଆଜି ଜାତୀୟ ଅଶୁଭ ମୁହୂର୍ତ୍ତ ଦିବସ ll*
*🔅ଆଜି ବୈଶିକ ପୁନଃଚକ୍ରଣ ଦିବସ ll*
*🔅ଆଜି ଜାତୀୟ ବାୟୋଡିଜେଲ୍ ଦିବସ ll*
*🔅ଆଜି ସର୍ବୋଚ୍ଚ ବଳିଦାନ ଦିବସ ll*
*🔅ଆଜି ବିଶ୍ୱ ମାଂସ ବହିଷ୍କାର ଦିବସ ll*
*🔅ଆଜି ଅଭିନେତା ଶ୍ରୀ ଶଶି କପୁରଙ୍କ ଜନ୍ମ ବାର୍ଷିକୀ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

          *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
                *ll ଶୁଭ ସକାଳ,ସୁପ୍ରଭାତ ll*

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...