AFFILIATE MARKETING

https://binomo.com?a=90810425bb57&t=0

Saturday, March 30, 2024

COASTAL NEWS ODIA 1796 ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ଦିନ 11.30 ସୁଦ୍ଧା ଜଳିଲାଣି ଓଡ଼ିଶା

COASTAL NEWS ODIA 1796

ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ଦିନ 11.30 ସୁଦ୍ଧା ଜଳିଲାଣି ଓଡ଼ିଶା


ଭୁବନେଶ୍ବର - (CNO) କଲବଲ କଲାଣି ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏପରିକି ଦିନ 11.30 ସୁଦ୍ଧା 36 ଡିଗ୍ରୀ ଟପିଛି ତାପମାତ୍ରା । ଏହା ସହ ପାରଦ ଆହୁରି ଉପରମୁହାଁ ହୋଇପାରେ ହୋଇପାରେ ବୋଲି ଆକଳ କରିଛି ପାଣିପାଗ ବିଭାଗ । 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ 11.30 ସୁଦ୍ଧା ଚାନ୍ଦବାଲି ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା 36.2 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ଓ କେନ୍ଦୁଝରରେ 36 ଡିଗ୍ରୀ ଛୁଇଁଛି ପାରଦ । ସେହିପରି ଝାରସୁଗୁଡ଼ା ରେ 35.4 ଡିଗ୍ରୀ, ସମ୍ବଲପୁରରେ 35.2 ଡିଗ୍ରୀ, ହୀରାକୁଦରେ 34.6 ଡିଗ୍ରୀ, ବାଲେଶ୍ୱରରେ 34.2 ଡିଗ୍ରୀ, ରାଉରକେଲାରେ 33.4 ଡିଗ୍ରୀ, ପୁରୀରେ 32.4 ଡିଗ୍ରୀ, ପାରାଦ୍ୱୀପରେ 31.4 ଡିଗ୍ରୀ ଓ ଗୋପାଳପୁରରେ 30.8 ଡିଗ୍ରା ରହିଛି ତାପମାତ୍ରା । 

ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ 40 ଡିଗ୍ରୀଟପିପାରେ । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ହୋଇଥିବା ବେଳେ ଆଗକୁ ଆହୁରି ବଢିବ । ସେପଟେ ତାପମାତ୍ରା ବୃଦ୍ଧି ଓ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । 


ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜୁପୁର ଆଦି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି । ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ସ୍ୱଳ୍ପ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ରହିଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...