AFFILIATE MARKETING

https://binomo.com?a=90810425bb57&t=0

Sunday, March 10, 2024

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

COASTAL NEWS ODIA 1746

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର 



ଭୁବନେଶ୍ବର - (CNO) ଆଜି ମିଶନ ଶକ୍ତି ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରିଛନ୍ତି ଏହି ଘୋଷଣା। 

ଏହା ଦ୍ୱାରା ମିଶନ ଶକ୍ତିର ୫୯,୫୦୯ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ। ମିଶନ ଶକ୍ତିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ ରହିଛନ୍ତି- MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା।MBK, ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକା ମାନେ ମାସିକ ପ୍ରୋତ୍ସାହନ ରାଶି ବାବଦକୁ ୬୭୫୦ ଟଙ୍କା ପାଉଥିଲେ। ଏବେ ଏହାକୁ ୧୦,୭୫୦କୁ ବୃଦ୍ଧି କରାଯାଇଛି। 

କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ମାସିକ ୩,୭୫୦ ଟଙ୍କା ପାଉଥିଲେ। ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଏବେ ମାସିକ ୬,୨୫୦ ଟଙ୍କା ପାଇବେ। ସେହିପରି CRP-CM ମାନେ ମାସକୁ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ। 

ସେମାନେ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୨୩ ଅକ୍ଟୋବର ମାସରୁ ପାଇବେ। ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଟଙ୍କାର ଅତିରିକ୍ତ ଅର୍ଥ ରାଶି ବ୍ୟୟ ବରାଦ କରିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...