AFFILIATE MARKETING

https://binomo.com?a=90810425bb57&t=0

Thursday, February 29, 2024

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି

COASTAL NEWS ODIA 1719

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି 




ରାଇରଙ୍ଗପୁର-(CNO) ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିଲେ ହେଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ଯେତେକି ସାଧାରଣ, ତାଙ୍କର ଖାଦ୍ୟପେୟ ସେତିକି ସାଧାସିଧା । ନିଜର ଜୀବନଶୈଳୀ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଓଡ଼ିଶା ଗସ୍ତରେ ଥିବାବେଳେ ତାଙ୍କର ଖାଦ୍ୟପେୟ ସାମ୍ନାକୁ ଆସିଛି । 

ଗତକାଲି(ବୁଧବାର) ରାତିରେ ନିଜ ରାଇରଙ୍ଗପୁରସ୍ଥିତ ବାସଭବନରେ ରାଷ୍ଟ୍ରପତି ରାତି ବିତାଇ ଥିବାବେଳେ ରାତ୍ରିଭୋଜନରେ କେବଳ ରୁଟି ତରକାରୀ ଖାଇଥିଲେ । ଏଥିସହ ନିଜ ବାସଗୃହରେ କେବଳ ଘର ଲୋକଙ୍କ ସହ ସମୟ କାଟିଥିଲେ । ଏହାପୂର୍ବରୁ ଦିନ ବେଳା ସେ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ୱରୀଙ୍କ ଦର୍ଶନ କରି ସେଠାରେ ଅନ୍ନ ପ୍ରସାଦ ସେବନ କରିଥିଲେ । ଏନେଇ ତାଙ୍କର ଝିଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଜି (ଗୁରୁବାର) ମହାମହିମଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ରାଇରଙ୍ଗପୁରରୁ କେନ୍ଦୁଝର ଗସ୍ତ କରିଛନ୍ତି । କେନ୍ଦୁଝର ଅଭିମୁଖେ ଯାତ୍ରା ପାଇଁ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ମହାମହିମ ପହଞ୍ଚିଥିବା ବେଳେ ସେଠାରେ ରାଜ୍ୟପାଳ ରଘୁବର ଦାସ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ତେବେ ଆଜି ସକାଳେ ନିଜ ବାସଭବନରେ ସକାଳ ଜଳଖିଆ ପରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ରହିଥିଲା । 

ଘରେ ମହାମହିମଙ୍କ ଝିଅ ଇତିଶ୍ରୀ ମୁର୍ମୁ, ଭାଇ ତରଣୀସେନ ଟୁଡୁ, ଭାଉଜ ସାକ୍ରୋମଣି ଟୁଡୁଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ପରେ ବାସଭବନରୁ ଭାବବିହ୍ଵଳ ଅବସ୍ଥାରେ ତାଙ୍କୁ ବିଦାୟ ଦେଇଥିଲେ ଆତ୍ମୀୟ ସ୍ୱଜନ । ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଏହା ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲାକୁ ତୃତୀୟ ଗସ୍ତ ।

ଗତକାଲି(ବୁଧବାର) ରାତିରେ ମାଆଙ୍କ ସହ ବାସଗୃହରେ କେବଳ ଘରଲୋକ ଥିଲେ ବୋଲି କହିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ସେପଟେ ଆଗାମୀ ନିର୍ବାଚନରେ ଇତିଶ୍ରୀ ମୟୂରଭଞ୍ଜରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ବିଷୟରେ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ତେବେ ଇତିଶ୍ରୀ ମୁର୍ମୁ ପାହାଡପୁର ସ୍ଥିତ ଏସଏଲଏସ ଟ୍ରଷ୍ଟ ବୋର୍ଡର ସଭାପତି ଥିବାରୁ ଆଜି ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଛନ୍ତି । ସେଠାରେ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ଓ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଭେଟି ସ୍କୁଲ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...