AFFILIATE MARKETING

https://binomo.com?a=90810425bb57&t=0

Thursday, February 29, 2024

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି

COASTAL NEWS ODIA 1719

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି 




ରାଇରଙ୍ଗପୁର-(CNO) ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିଲେ ହେଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ଯେତେକି ସାଧାରଣ, ତାଙ୍କର ଖାଦ୍ୟପେୟ ସେତିକି ସାଧାସିଧା । ନିଜର ଜୀବନଶୈଳୀ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଓଡ଼ିଶା ଗସ୍ତରେ ଥିବାବେଳେ ତାଙ୍କର ଖାଦ୍ୟପେୟ ସାମ୍ନାକୁ ଆସିଛି । 

ଗତକାଲି(ବୁଧବାର) ରାତିରେ ନିଜ ରାଇରଙ୍ଗପୁରସ୍ଥିତ ବାସଭବନରେ ରାଷ୍ଟ୍ରପତି ରାତି ବିତାଇ ଥିବାବେଳେ ରାତ୍ରିଭୋଜନରେ କେବଳ ରୁଟି ତରକାରୀ ଖାଇଥିଲେ । ଏଥିସହ ନିଜ ବାସଗୃହରେ କେବଳ ଘର ଲୋକଙ୍କ ସହ ସମୟ କାଟିଥିଲେ । ଏହାପୂର୍ବରୁ ଦିନ ବେଳା ସେ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ୱରୀଙ୍କ ଦର୍ଶନ କରି ସେଠାରେ ଅନ୍ନ ପ୍ରସାଦ ସେବନ କରିଥିଲେ । ଏନେଇ ତାଙ୍କର ଝିଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଜି (ଗୁରୁବାର) ମହାମହିମଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ରାଇରଙ୍ଗପୁରରୁ କେନ୍ଦୁଝର ଗସ୍ତ କରିଛନ୍ତି । କେନ୍ଦୁଝର ଅଭିମୁଖେ ଯାତ୍ରା ପାଇଁ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ମହାମହିମ ପହଞ୍ଚିଥିବା ବେଳେ ସେଠାରେ ରାଜ୍ୟପାଳ ରଘୁବର ଦାସ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ତେବେ ଆଜି ସକାଳେ ନିଜ ବାସଭବନରେ ସକାଳ ଜଳଖିଆ ପରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ରହିଥିଲା । 

ଘରେ ମହାମହିମଙ୍କ ଝିଅ ଇତିଶ୍ରୀ ମୁର୍ମୁ, ଭାଇ ତରଣୀସେନ ଟୁଡୁ, ଭାଉଜ ସାକ୍ରୋମଣି ଟୁଡୁଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ପରେ ବାସଭବନରୁ ଭାବବିହ୍ଵଳ ଅବସ୍ଥାରେ ତାଙ୍କୁ ବିଦାୟ ଦେଇଥିଲେ ଆତ୍ମୀୟ ସ୍ୱଜନ । ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଏହା ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲାକୁ ତୃତୀୟ ଗସ୍ତ ।

ଗତକାଲି(ବୁଧବାର) ରାତିରେ ମାଆଙ୍କ ସହ ବାସଗୃହରେ କେବଳ ଘରଲୋକ ଥିଲେ ବୋଲି କହିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ସେପଟେ ଆଗାମୀ ନିର୍ବାଚନରେ ଇତିଶ୍ରୀ ମୟୂରଭଞ୍ଜରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ବିଷୟରେ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ତେବେ ଇତିଶ୍ରୀ ମୁର୍ମୁ ପାହାଡପୁର ସ୍ଥିତ ଏସଏଲଏସ ଟ୍ରଷ୍ଟ ବୋର୍ଡର ସଭାପତି ଥିବାରୁ ଆଜି ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଛନ୍ତି । ସେଠାରେ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ଓ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଭେଟି ସ୍କୁଲ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...