AFFILIATE MARKETING

https://binomo.com?a=90810425bb57&t=0

Friday, February 16, 2024

Human Sacrifice Case ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ

COASTAL NEWS ODIA 1707

Human Sacrifice Case  ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ 


ମୟୁରଭଞ୍ଜ - (CNO) ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେ ନରବଳି ଉଦ୍ୟମ ଘଟଣା ଚାଞ୍ଚଲ୍ଯ ସ୍ରୁଷ୍ଟି କରିଛି । ଜନ୍ମ କଲା ମାଆ ଓ ବାପା ସାଜିଛନ୍ତି ପିଶାଚ, ପୁଅକୁ ମାମୁଁ ଘର କୁ ବୁଲାଇ ନେବାକୁ କହି ବଳି ଦେବାକୁ ନେଇଥିଲେ ବାପା ମାଆ । କୌଶଳ କ୍ରମେ ଖସିଲା ପୁଅ । ଉଭୟଙ୍କ ବିରୋଧରେ ମାମଲା ରୁଜୁ କଲା କପ୍ତିପଦା ପୋଲିସ । ନିଜ ଜନ୍ମ କଲା ପୁଅକୁ ବାପା ମାଆଙ୍କ ଦ୍ବାରା ବଳି ଦେବା ଉଦ୍ୟମ ଅଭିଯୋଗ ଆଣିଛି ପୁଅ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାତ ବର୍ଷର ପୁଅକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ ଉଦଳା ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମର ସିଦ୍ଧ ମାରାଣ୍ଡି ଓ ତାଙ୍କ ସ୍ତ୍ରୀ ଫୁଲ ମାରାଣ୍ଡି ନିଜ ସାତ ବର୍ଷର ପୁଅକୁ ମାମୁଁ ଘରକୁ ବୁଲାଇବା ପାଇଁ ନେଇ ଯାଇଥିଲେ । ତେବେ ମାମୁଁ ଘର ଗାଁ ନୁଦଡ଼ିହା ଗ୍ରାମକୁ ନନେଇ ଉଭୟ ମାଆ ଓ ବାପା ପୁଅକୁ କପ୍ତିପଦା ଥାନା ଅନ୍ତର୍ଗତ ଏକ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ଯାଇଥିଲେ । ସେଠାରେ ନିଜ ସାତ ବର୍ଷର ପୁଅକୁ ବଳି ଦେବା ଉଦ୍ଦେଶ୍ୟରେ ପୁଅ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସଇତାନ ବାପା ନାବାଳକ ପୁଅକୁ ବଳି ଦେବାକୁ ଉଦ୍ୟମ କରୁ ଥିବାବେଳେ ନିଜ ଜୀବନ ପ୍ରତି ଆସୁଥିବା ବିପଦକୁ ଦେଖି କୌଶଳ କ୍ରମେ ସେଠାରୁ ଖସି ପଳାଇ ଯାଇଥିଲା ନାବାଳକ ପୁଅ ।

ରାସ୍ଥାରେ ପିଲାଟି ଏକୁଟିଆ ଦୌଡ଼ିଥିବା ଦେଖି ସ୍ଥାନୀୟ ଲୋକ ଅଟକାଇ କାହିଁକି ଦୌଡୁଛି ବୋଲି ପଚାରିଥିଲେ । ବାଳକଟି ସମ୍ପୂର୍ଣ୍ଣ ଡ଼ରି ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଳକ ଠାରୁ ସମସ୍ତ କଥା ପଚାରି ବୁଝିଥିଲେ । ଉକ୍ତ ନାବାଳକକୁ କିଛି ଖାଇବା ପାଇଁ ଦେଇ ଗାଁରେ ରଖିଥିଲେ । 

ସେହି ରାତିରେ ହିଁ ସ୍ଥାନୀୟ ଲୋକେ ପିଲାଟିର ମାଆ ଓ ବାପାକୁ ଧରିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ । ଏହାପରେ ଘଟଣା ସମ୍ପର୍କରେ କପ୍ତିପଦା ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନାବାଳକକୁ ଉଦ୍ଧାର କରିଥିଲା ।

ସେହିପରି ନାବାଳକର ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତାର ବାପା ଓ ମାଆଙ୍କୁ ଖୋଜିବାରେ ଲାଗିଛି । ଏମିତି କେଉଁ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଗୋଟିଏ ବାପା ମାଆ ନିଜ ଜନ୍ମ କଲା ପୁଅକୁ ବଳି ପକାଇବାକୁ ଯାଉଥିଲେ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ । ସେପଟେ ଏଭଳି ବାପା ମାଆଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...