AFFILIATE MARKETING

https://binomo.com?a=90810425bb57&t=0

Friday, February 16, 2024

Human Sacrifice Case ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ

COASTAL NEWS ODIA 1707

Human Sacrifice Case  ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ 


ମୟୁରଭଞ୍ଜ - (CNO) ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେ ନରବଳି ଉଦ୍ୟମ ଘଟଣା ଚାଞ୍ଚଲ୍ଯ ସ୍ରୁଷ୍ଟି କରିଛି । ଜନ୍ମ କଲା ମାଆ ଓ ବାପା ସାଜିଛନ୍ତି ପିଶାଚ, ପୁଅକୁ ମାମୁଁ ଘର କୁ ବୁଲାଇ ନେବାକୁ କହି ବଳି ଦେବାକୁ ନେଇଥିଲେ ବାପା ମାଆ । କୌଶଳ କ୍ରମେ ଖସିଲା ପୁଅ । ଉଭୟଙ୍କ ବିରୋଧରେ ମାମଲା ରୁଜୁ କଲା କପ୍ତିପଦା ପୋଲିସ । ନିଜ ଜନ୍ମ କଲା ପୁଅକୁ ବାପା ମାଆଙ୍କ ଦ୍ବାରା ବଳି ଦେବା ଉଦ୍ୟମ ଅଭିଯୋଗ ଆଣିଛି ପୁଅ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାତ ବର୍ଷର ପୁଅକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ ଉଦଳା ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମର ସିଦ୍ଧ ମାରାଣ୍ଡି ଓ ତାଙ୍କ ସ୍ତ୍ରୀ ଫୁଲ ମାରାଣ୍ଡି ନିଜ ସାତ ବର୍ଷର ପୁଅକୁ ମାମୁଁ ଘରକୁ ବୁଲାଇବା ପାଇଁ ନେଇ ଯାଇଥିଲେ । ତେବେ ମାମୁଁ ଘର ଗାଁ ନୁଦଡ଼ିହା ଗ୍ରାମକୁ ନନେଇ ଉଭୟ ମାଆ ଓ ବାପା ପୁଅକୁ କପ୍ତିପଦା ଥାନା ଅନ୍ତର୍ଗତ ଏକ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ଯାଇଥିଲେ । ସେଠାରେ ନିଜ ସାତ ବର୍ଷର ପୁଅକୁ ବଳି ଦେବା ଉଦ୍ଦେଶ୍ୟରେ ପୁଅ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସଇତାନ ବାପା ନାବାଳକ ପୁଅକୁ ବଳି ଦେବାକୁ ଉଦ୍ୟମ କରୁ ଥିବାବେଳେ ନିଜ ଜୀବନ ପ୍ରତି ଆସୁଥିବା ବିପଦକୁ ଦେଖି କୌଶଳ କ୍ରମେ ସେଠାରୁ ଖସି ପଳାଇ ଯାଇଥିଲା ନାବାଳକ ପୁଅ ।

ରାସ୍ଥାରେ ପିଲାଟି ଏକୁଟିଆ ଦୌଡ଼ିଥିବା ଦେଖି ସ୍ଥାନୀୟ ଲୋକ ଅଟକାଇ କାହିଁକି ଦୌଡୁଛି ବୋଲି ପଚାରିଥିଲେ । ବାଳକଟି ସମ୍ପୂର୍ଣ୍ଣ ଡ଼ରି ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଳକ ଠାରୁ ସମସ୍ତ କଥା ପଚାରି ବୁଝିଥିଲେ । ଉକ୍ତ ନାବାଳକକୁ କିଛି ଖାଇବା ପାଇଁ ଦେଇ ଗାଁରେ ରଖିଥିଲେ । 

ସେହି ରାତିରେ ହିଁ ସ୍ଥାନୀୟ ଲୋକେ ପିଲାଟିର ମାଆ ଓ ବାପାକୁ ଧରିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ । ଏହାପରେ ଘଟଣା ସମ୍ପର୍କରେ କପ୍ତିପଦା ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନାବାଳକକୁ ଉଦ୍ଧାର କରିଥିଲା ।

ସେହିପରି ନାବାଳକର ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତାର ବାପା ଓ ମାଆଙ୍କୁ ଖୋଜିବାରେ ଲାଗିଛି । ଏମିତି କେଉଁ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଗୋଟିଏ ବାପା ମାଆ ନିଜ ଜନ୍ମ କଲା ପୁଅକୁ ବଳି ପକାଇବାକୁ ଯାଉଥିଲେ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ । ସେପଟେ ଏଭଳି ବାପା ମାଆଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...