AFFILIATE MARKETING

https://binomo.com?a=90810425bb57&t=0

Wednesday, February 28, 2024

ଶଶିକାନ୍ତଙ୍କ ଦୁଇଟିଯାକ କିଡ୍‌ନୀ ସଂକ୍ରମିତ ଚିକିତ୍ସାରେ ଅର୍ଥ ବାଧକ

COASTAL NEWS ODIA 1715

ଶଶିକାନ୍ତଙ୍କ ଦୁଇଟିଯାକ କିଡ୍‌ନୀ ସଂକ୍ରମିତ ଚିକିତ୍ସାରେ ଅର୍ଥ ବାଧକ


ରାଜକନିକା - (CNO ): ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେହି ବୟସରେ ଅବିବାହିତ ଶଶିକାନ୍ତ ବିଶ୍ବାଳ(୩୦)ଙ୍କ ଦୁଇଟି ଯାକ କିଡ୍ନୀ ସଂକ୍ରମିତ ହୋଇଛି। ତେଣୁ ଦୀର୍ଘ ୬ ମାସ ହେବ ସେ ରୋଗଶଯ୍ୟାରେ ରହିଛନ୍ତି। 

ଅଭାବୀ ସଂସାର ଚଳାଇବା ପାଇଁ ଶଶିକାନ୍ତ ବଡ଼ ଭାଇଙ୍କ ସହ ବାଙ୍ଗାଲୋରରେ ଦାଦନ ଖଟୁଥିଲେ। ହେଲେ ହଠାତ୍ ଦେହ ଖରାପ ହେବାରୁ ଘରକୁ ଆସି କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସପ୍ତାହକୁ ୩ ଥର ଡାଏଲିସିସ୍ କରିବା ନିହାତି ଜରୁରି ହୋଇ ପଡ଼ିଛି। ଦୁଇ କିଡ୍‌ନୀ ସଂକ୍ରମଣ ଯୋଗୁଁ ଯୁଆନ ବୟସରେ ବୟସ୍କ ରୋଗୀଟିଏ ଭଳି ବୃଦ୍ଧ ବାପା-ମା’ଙ୍କ ଉପରେ ସେ ବୋଝ ହୋଇଛନ୍ତି। ଅପରପକ୍ଷରେ ଅର୍ଥାଭାବ ଶଶିକାନ୍ତଙ୍କ ଚିକିତ୍ସାରେ ବାଧକ ସାଜିଛି । 

ବାପା ରମାକାନ୍ତ ବିଶ୍ବାଳ(୭୦) ଜଣେ ଭୂମିହୀନ ତଥା ଦିନମଜୁରିଆ। ପୁଅର ଏଭଳି ଅବସ୍ଥାରେ ମା’ ଦ୍ରୌପଦୀ ମାଗିଯାଚି ଆଜିଯାଏ ପୁଅକୁ କଟକ ନେଇ ଚିକିତ୍ସା କରି ଆସୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ କେବଳ ଡାଏଲିସିସ୍ ବାବଦକୁ ଥରକୁ ୧୮ ଶହ ଟଙ୍କା କଟିଯିବା ପରେ ଔଷଧ କିଣିବାକୁ ପ୍ରତିଥର ୩ ହଜାର ଟଙ୍କା ଦରକାର ପଡୁଛି। 

ଆଗରୁ ସପ୍ତାହରେ ଦୁଇ ଥର ଡାଏଲିସିସ୍  ହେଉଥିବା ବେଳେ ଏବେ ସପ୍ତାହକୁ ୩ ଥର ନ ହେଲେ ଅଚଳ। ଘରେ ୩ ଓଳି ଖାଇବାକୁ ଦାନା ନଥିବା ବେଳେ ଏଭଳି ବ୍ୟୟ ବହୁଳ ଚିକିତ୍ସା କେବଳ ହାତ ଉଧାରିରେ ଚାଲିଛି। ରୋଗ ଶଯ୍ୟାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅକୁ ଭଲ କରିବା ପାଇଁ ମା’ ବାର ଓଳି ହୋଇ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। 

ରାଜକନିକା ବ୍ଲକ୍ ଭାରିଗଦା ପଞ୍ଚାୟତ ଅଚ୍ୟୁତପୁର ଗାଁର ଶଶିକାନ୍ତ ଜଣେ ସରଳ ଯୁବକ ଭାବରେ ଜଣାଶୁଣା । ହଠାତ୍ ତାଙ୍କର ଦୁଇଟି ଯାକ କିଡନୀ ସଂକ୍ରମଣ ହୋଇ ରୋଗଶଯ୍ୟାରେ ପଡ଼ି ଛଟପଟ ହେଉଥିବା ବେଳେ ଆର୍ଥିକ ସହଯୋଗ ମିଳିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବେ ବୋଲି ଡାକ୍ତର କହିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଶଶିକାନ୍ତଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ତାଙ୍କ ମା’ ଦ୍ରୌପଦୀ ନିବେଦନ କରିଛନ୍ତି।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...