AFFILIATE MARKETING

https://binomo.com?a=90810425bb57&t=0

Sunday, February 11, 2024

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ

COASTAL NEWS ODIA 1704

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ 


ରାଉରକେଲା - (CNO) ଭାରସାମ୍ୟ ହରାଇ ଓଲଟିଲା ବସ୍ । ଯାହା ଫଳରେ ବସ୍‌ରେ ଥିବା ୩୦ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ ଆଜି ଅପରାହ୍‌ଣରେ ଯାତ୍ରୀବାହୀ ଘରୋଇ ଯାତ୍ରୀବାହୀ ବସ୍ (ଓଆର ୧୬ସି ୫୧୪୫) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଠାରୁ କଳୁଙ୍ଗା ବାଲଣ୍ଡା ଯାଉଥିଲା । 

କଳୁଙ୍ଗା ଛକ ନିକଟରେରେ ବସ୍‌(ରଙ୍ଗୋଲି)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଓଲଟିଲା ପିକଅପ୍ ଭ୍ୟାନ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଗୁରୁତର ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ମଧ୍ୟ ଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । 
ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଯାତ୍ରୀମାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...