AFFILIATE MARKETING

https://binomo.com?a=90810425bb57&t=0

Thursday, February 1, 2024

COASTAL NEWS ODIA 1693 ଗିରଫ୍ ହେଲେ ହେମନ୍ତ ସୋରେନ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ

COASTAL NEWS ODIA 1693

ଗିରଫ୍ ହେଲେ ହେମନ୍ତ ସୋରେନ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ 


ରାଞ୍ଚି - (CNO) ବହୁଚର୍ଚ୍ଚିତ ଜମି ଘୋଟାଲା ମାମଲାରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଡି’ ହେମନ୍ତଙ୍କୁ ପ୍ରାୟ 6 ଘଣ୍ଟା ଜେରା କରିବା ପରେ ରାତିରେ ଗିରଫ କରିଛି । ଏହା ପୂର୍ବରୁ ସେ ଇଡି ଅଧିକାରୀଙ୍କ ସହ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଛି । 

ଆଜି ହେମନ୍ତ ସୋରେନ ଇଡି କଷ୍ଟଡିରେ ରାତି କାଟିବେ । ଆସନ୍ତାକାଲି ସକାଳେ ତାଙ୍କୁ କୋର୍ଟରେ ହାଜର କରି କେନ୍ଦ୍ରୀୟ ସଂସ୍ଥା । ଝାଡଖଣ୍ଡ ରାଜଭବନ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସବୁ ସ୍ଥାନରେ ଧାରା 144 ଜାରି କରାଯିବା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ଦଳର ନେତା ଓ ବିଧାୟକ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ଯାଇଥିଲେ । ହେଲେ ମାତ୍ର 5 ଜଣ ବିଧାୟକଙ୍କ ସହ ରାଜ୍ୟପାଳ ସାକ୍ଷାତ କରିବାକୁ ସୁଯୋଗ ଦେଇଥିଲେ । 

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୋଟ 45 ବିଧାୟକଙ୍କ ସମର୍ଥନପତ୍ର ସହ ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ପରିବହନ ମନ୍ତ୍ରୀ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବାକୁ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ସମୟ ଦିଆଯିବା ନେଇ ରାଜଭବନ ପକ୍ଷରୁ କୁହାଯାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...