AFFILIATE MARKETING

https://binomo.com?a=90810425bb57&t=0

Saturday, February 3, 2024

ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି

COASTAL NEWS ODIA 1697

ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି 




ଭୁବନେଶ୍ବର - (CNO) ଓଡ଼ିଶାର ସମ୍ବଲପୁର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । IIM ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ କରିବା ପରେ ରେମେଡ୍‌ ସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯାହାର କେହି ନାହିଁ, ତାର ମୋଦୀ ଅଛି ।


ଜୟ ଜଗନ୍ନାଥ, ଜୟ ମା ସମଲେଇ କହି ଭାଷଣ ଆରମ୍ଭ କରିଥିଲେ ମୋଦୀ । ସମ୍ବଲପୁରୀ ଭାଷାରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଓଡ଼ିଶାର 4 ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ଓଡ଼ିଶାର ବିକାଶ ଓ ଗରିବ କଲ୍ୟାଣ ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ, ଗୌରବର ଦିନ । ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି । ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ । 2 ସାଂସଦରୁ ବିଶ୍ୱର ସର୍ବୋଚ୍ଚ ପାର୍ଟି ହେବାର ଏ ସମ୍ମାନ ।




ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି ବୋଲି କହିଛନ୍ତି ମୋଦୀ । ନୂଆ ବଜେଟ ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି । କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ଆଣିଛନ୍ତି । ମୋଦୀଙ୍କ ଗ୍ୟାରେଣ୍ଟିମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି । ଆପଣଙ୍କ ରୋଜଗାର ବଢ଼ିବ, ଖର୍ଚ୍ଚ କମିବ, ଆମ ପ୍ରାଥମିକତା । ଦେଶବାସୀଙ୍କ ବିଜୁଳି ବିଲ୍‌ ଶୂନ ହେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆଦିବାସୀ ଓ ଯୁବକଙ୍କ ପାଇଁ କାମ କରୁଥିବା ନେଇ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ

ରୁଫ୍‌ଟପ୍‌ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ । ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ, ଏଠି ସୋଲାର ଚମକିବ । ଆଶା, ଅଙ୍ଗନବାଡ଼ି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଓଡ଼ିଶାର 60 ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି । ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦୀ ବୋଲି ନିଜ ଅଭିଭାଷଣରେ ସେ କହିଛନ୍ତି ।

ଏହା ସହ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାର 40 ଲକ୍ଷ ଚାଷୀ ଲାଭାନ୍ଵିତ ହୋଇଛନ୍ତି । ଧାନର MSP ଦେଢ଼ ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ଚାଷୀଙ୍କଠୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ମୋଦୀ ଗ୍ୟାରେଣ୍ଟି ମତ୍ସ୍ୟ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ, ଏଥିପାଇଁ ପୃଥକ ମନ୍ତ୍ରାଳୟ ହୋଇଛି ।

ଓଡ଼ିଶାର 25 ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି । ଗରିବଙ୍କ ପାଇଁ ଆଉ 2 କୋଟି ଘର ତିଆରି ଘୋଷଣା ହୋଇଛି । କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି । ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...