AFFILIATE MARKETING

https://binomo.com?a=90810425bb57&t=0

Sunday, February 18, 2024

Morning News ସକାଳର ଖବର

COASTAL NEWS ODIA 1708

ସକାଳର ଖବର

୧୮-ଫେବୃଆରୀ-୨୦୨୪, ରବିବାର



➡️୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ହେଲା ବୃଦ୍ଧି l କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ମିଳିବ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା l

➡️୨-ବଢିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ । ଏବେ ବର୍ଷକୁ ମିଳିବ ୧୮ ହଜାର ଟଙ୍କା । ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ହେବ ଲାଗୁ l ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। 

➡️୩-ରାଜ୍ୟର ପ୍ରଥମ ଶିଳ୍ପନଗରୀ କଟକ ଚୌଦ୍ୱାର ଓଟିଏମ ଜମିରେ ହେବ ଟେକ୍ସଟାଇଲ ପାର୍କ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ ହେବ ୩ହଜାର ୫୦ କୋଟି ଟଙ୍କା, ମିଳିବ ୧୦ହଜାରରୁ ଅଧିକ ନିଯୁକ୍ତି l

➡️୪-ଜମୁଛି ଖଣ୍ଡଗିରି କୁମ୍ଭ ମେଳା। ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ। ଆଜିଠାରୁ ଖଣ୍ଡଗିରି ପାଦଦେଶରେ ଶୁଭିବ ଦମଦାର ସଂଳାପ। ରଙ୍ଗୀନ ଆଲୋକରେ ଝଲସିବ ଯାତ୍ରା ମଞ୍ଚ।

➡️୫-ସ୍ବାସ୍ଥ୍ୟସେବାରେ ଯୋଡିହେଲା ନୂଆ ଇତିହାସ। ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାର ୭୩ଟି ହସ୍ପିଟାଲ ହେଲା ରୂପାନ୍ତରିତ। ରୂପାନ୍ତରିତ ସରକାରୀ ଡାକ୍ତରଖାନାକୁ ଲୋକାର୍ପିତ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

➡️୬-ସରିଲା ଦେଢ଼ବର୍ଷ ଅପେକ୍ଷାର ଅନ୍ତ। ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ। ଏଣିକି କେବଳ ଆପାର୍ଟମେଣ୍ଟ ନୁହେଁ କମନ୍ ଏରିଆର ମାଲିକ ହେବ ବାସଗୃହ କ୍ରେତା l

➡️୭-କଳାହାଣ୍ଡିର ୪ଟି ଆମ ହସ୍ପିଟାଲକୁ ଆଭାସି ମାଧ୍ୟମରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କହିଲେ ଏସବୁ ଡାକ୍ତରଖାନା ଏବଂ ନୂତନ ବ୍ୟବସ୍ଥା ଦ୍ଵାରା ରାଜ୍ୟ କଳାହାଣ୍ଡି ବାସି ଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରିବ l

➡️୮-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କେନ୍ଦୁଝର ଜିଲ୍ଲାରେ 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ୬ଟି ହସ୍ପିଟାଲର ହେଲା ଲୋକାର୍ପଣ l

➡️୯-ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଆନ୍ଧ୍ର ଶ୍ରୀହରିକୋଟାରୁ ମହାକାଶକୁ ଉତକ୍ଷେପଣ ହେଲା ଭାରତର ସବୁଠାରୁ ଶ୍ରେଷ୍ଠ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ l ପାଣିପାଗ, ଜଳବାୟୁ ପରିବର୍ତନ ସମେତ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ଉପଗ୍ରହ ଆଗୁଆ ସୂଚନା ଦେବାକୁ ସକ୍ଷମ ହେବ ଏହି ସାଟେଲାଇଟ୍ ।

➡️୧୦-ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରିଥିବା ବବିତା କୁମାରୀ ଫୋଗତଙ୍କ ଦିଲ୍ଲୀରେ ୧୯ ବର୍ଷ ବୟସରେ ହେଲା ଦେହାନ୍ତ l ସେ ମାଂସପେଶୀ ଦୁର୍ବଳତା ଓ ଚର୍ମ ଦାଗ ଦ୍ୱାରା ଚିହ୍ନିତ ଏକ ପ୍ରଦାହଜନକ ରୋଗରେ ପୀଡ଼ିତ ଥିଲେ।

➡️୧୧-ଚଳିତ ଥର ପ୍ରସିଦ୍ଧ ଊର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ଏହା ସହ ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର ।

➡️୧୨-ମାହାଲ ମାଣ୍ଡା ପରେ ଏବେ ଉତ୍ତର ପ୍ରଦେଶରେ ଏକ ଆଡମିଟ କାର୍ଡରେ ଲେଖା ଯାଇଛି ପରୀକ୍ଷାର୍ଥିଙ୍କ ନାଁ ସନି ଲିଓନି । ଭାଇରାଲ ହେଉଥିବା ଆଡମିଟ କାର୍ଡରେ ପ୍ରାର୍ଥିଙ୍କ ନାଁ ସନି ଲିଓନି ଲେଖାଯାଇଥିବା ବେଳେ ଏଥିରେ ଅଭିନେତ୍ରୀଙ୍କର ଦୁଇଟି ଫଟୋ ମଧ୍ୟ ଲଗାଯାଇଛି ।

➡️୧୩-ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାର୍ଚ୍ଚ ୧୬ ତାରିଖରେ ଶାରୀରିକ ଭାବେ ହାଜର ହେବାକୁ କୋର୍ଟଙ୍କୁ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ l

➡️୧୪-ଚେକ୍ ବାଉଁସ୍ ମାମଲାରେ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ, ୨ କୋଟି ଜରିମାନା ଲଗାଇଲେ ଜାମନଗର କୋର୍ଟ l ରାଜକୁମାର ସନ୍ତୋଷୀ ଜାମନଗରର ବ୍ୟବସାୟୀ ଅଶୋକଲାଲଙ୍କ ଠାରୁ ୧ କୋଟି ଟଙ୍କା ଋଣ ନେବା ପରେ ଟଙ୍କା ଫେରସ୍ତ କରିନଥିଲେ ।

➡️୧୫-ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କଂଗ୍ରେସ କହିଲା- ଆମକୁ କ୍ୟାମେରା ନେବା ପାଇଁ ମିଳିଲାନି ଅନୁମତି l

➡️୧୬-ଭାରତ ଅଭିମୁଖେ ଆସୁଥିବା ପାନାମାର ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଉପରେ ଲୋହିତ ସାଗରରେ ହେଲା କ୍ଷେପଣାସ୍ତ୍ର ଆକ୍ରମଣ l ଜାହାଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କର୍ମଚାରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି।

➡️୧୭-ଠକେଇ ମାମଲାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଦୁଇ ପୁଅ ହେଲେ ଦୋଷୀ ସାବ୍ୟସ୍ତ । ୩୫କୋଟି ୫୦ ଲକ୍ଷ ଟଙ୍କା ଦେବେ ଜରିମନା l

➡️୧୮-ତୃତୀୟ ଟେଷ୍ଟ: ୩ୟ ଦିନ ଖେଳ ଶେଷସୁଦ୍ଧା ଭାରତର ଦ୍ବିତୀୟ ପାଳିର ସ୍କୋର ୧୯୬/୨, ଇଂଲଣ୍ଡ ବିପକ୍ଷରେ ୩୨୨ ରନ୍‌ରେ ଅଗ୍ରଣୀ l

➡️୧୯-ମହିଳା ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କଲା ଭାରତ l

➡️୨୦-କ୍ରିକେଟ୍‌ ଇତିହାସରେ ରେକର୍ଡ, ଭାରତ ବିରୋଧରେ ସବୁଠୁ ଅଧିକ ଥର ଶୂନରେ ଆଉଟ୍‌ ହେଲେ ଇଂଲଣ୍ଡର ଷ୍ଟାର ବ୍ୟାଟର ଜନି ବେୟାରଷ୍ଟୋ l ମୋଟ ୮ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଜନି ବେୟାରଷ୍ଟୋ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...