AFFILIATE MARKETING

https://binomo.com?a=90810425bb57&t=0

Friday, February 2, 2024

ଆଳି ରେ ସକ୍ରିୟ ଲୁଟେରା

COASTAL NEWS ODIA 1694

ଆଳି ରେ ସକ୍ରିୟ ଲୁଟେରା 


ଆଳି - (CNO) କେନ୍ଦ୍ରାପଡ ଜିଲ୍ଲା ଆଳି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରେ ତ୍ରସ୍ତ ଜନତା l ଲୁଟେରାମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ଗତ ସପ୍ତାହେ ପୂର୍ବେ ଥାନା ନିକଟରୁ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ମଙ୍ଗଳବାର ରାତିରେ ଥାନାଠାରୁ ଅଳ୍ପ ଦୂର ଲୋକାପଡ଼ା ଗ୍ରାମର ତିଳୋତ୍ତମା ବେହେରାଙ୍କ ଘରୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଓ ଦାମୀ ଶାଢ଼ି ଚୋରି ହୋଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି । 

ଲୁଟର ଶିକାର ହୋଇଥିବା ତିଳୋତ୍ତମା ଆଳି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ତାଙ୍କ ଭାଇଙ୍କ ଆଳି ଡାକବଙ୍ଗଳା ପାଖରେ ଥିବା ଘରେ ପୂଜା ହେଉଥିଲା। ସେ ରାତି ୧୦ଟାରେ ଘରେ ତାଲା ପକାଇ ଭାଇଙ୍କ ଘରକୁ ଯାଇଥିଲେ | ସକାଳୁ ଘରକୁ ଫେରି ଦେଖିବାକୁ ପାଇଲେ ଘର ଭିତରେ ଥିବା ଗ୍ରୀଲ ଖୋଲାଥିଲା ବେଡ୍‌ରୁମରେ ଥିବା ଗଡ୍‌ରେଜ୍ ଲକର ତଡା ହୋଇ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ୫୦ ହଜାର ଟଙ୍କା ଓ ୧୦ ଗୋଟି ଦାମୀ ଶାଢ଼ି ଚୋରି ହୋଇଥିଲା । 


ଅଭିଯୋଗ ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଝିଅ ବାହାଘର ନିମନ୍ତେ ରଖୁଥିବା ସୁନା ଅଳଙ୍କାର ଲୁଟ୍ ହେବା ପରେ ତିଳୋରମା ଭାଙ୍ଗି ପଡିଛନ୍ତି।ତୁରନ୍ତ ଲୁଟେରାଙ୍କୁ ଆଳି ପୋଲିସ ଗିରଫ କରିବାକୁ ସେ ଦାବି କରିଛନ୍ତି। ଏହି ଲୁଟେରା ଗୋଷ୍ଠୀ କବଳରୁ ରକ୍ଷା କରିବା ପାଇଁ ପୋଲିସ ର ଅତ୍ୟଧିକ ସକ୍ରିୟ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...