AFFILIATE MARKETING

https://binomo.com?a=90810425bb57&t=0

Wednesday, February 28, 2024

COASTAL NEWS ODIA 1713 ଭୁବନେଶ୍ବରରେ ବିଲ୍‌ ଗେଟ୍ସ

COASTAL NEWS ODIA 1713

ଭୁବନେଶ୍ବରରେ ବିଲ୍‌ ଗେଟ୍ସ
କୃଷି ଭବନ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ କରିବେ ସାକ୍ଷାତ




ଭୁବନେଶ୍ବର - (CNO) ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ । ଆଜି(ବୁଧବାର) କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ କୃଷକ ମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । 


ଏହା ସହ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । ରାଜ୍ୟର କିଛି ମହିଳା ଚାଷୀ , ମିଶନ ଶକ୍ତି ମହିଳା  ଉଦ୍ୟୋଗୀଙ୍କୁ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି । 

ଓଡିଶା ସରକାର କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ତେବେ ଗେଟ୍ସ  ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି,  ସେ ନେଇ ସମୀକ୍ଷା କରିବେ । ବିଲ୍‌ ଗେଟ୍ସଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...