AFFILIATE MARKETING

https://binomo.com?a=90810425bb57&t=0

Saturday, February 3, 2024

ଅଶ୍ଳୀଳ ଫଟୋ ଭାଇରାଲ୍ ଥାନାରେ ଅଭିଯୋଗ

COASTAL NEWS ODIA 1696

ଅଶ୍ଳୀଳ ଫଟୋ ଭାଇରାଲ୍ ଥାନାରେ ଅଭିଯୋଗ



ଆଳି - (CNO) ସୋସିଆଲ ମିଡିଆରେ ନକଲି ଆଇଡି ଖୋଲି ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଆଳି ଥାନା ଧୋୟାଞ୍ଚଳ ଅର୍ଗଳ ପଞ୍ଚାୟତର ଜଣେ ଯୁବତୀ ଆଳି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ରାଜକନିକା ଥାନା ଅନ୍ତର୍ଗତ କଣ୍ଡିଆ ଫାଣ୍ଡି ଅଞ୍ଚଳର ରାହୁଲ ଦାଶ ତାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଇନ୍‌ଷ୍ଟାଗ୍ରାମ୍ ଓ ଫେସବୁକ୍‌ରେ ଛାଡ଼ିବାରେ ଲାଗିଛି । 

ଏଥିଯୋଗୁଁ ତାଙ୍କ ସମ୍ମାନ ହାନି ହେବା ସହ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି। ସେ ଉକ୍ତ ଆଇଡି ର ପ୍ରମାଣ ଥାନାରେ ଦାଖଲ କରିଛନ୍ତି। ଏନେଇ ଆଳି ଥାନାଧିକାରୀ ସବ୍ୟସାଚୀ ଶତପଥୀଙ୍କୁ ପଚରାଯିବାରୁ ଅଭିଯୁକ୍ତ ଏବେ ଫେରାର ଥିବା ପ୍ରକାଶ କରିଛନ୍ତି । ତଦନ୍ତ ଚାଲୁ ରହିଛି l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...