AFFILIATE MARKETING

https://binomo.com?a=90810425bb57&t=0

Thursday, February 29, 2024

ଓଲଟିଲା ଅଟୋ ରିକ୍ସା ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ

COASTAL NEWS ODIA 1718 

ଓଲଟିଲା ଅଟୋ ରିକ୍ସା ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ 





ଆଳି - (CNO ): ଗତ କାଲି ସନ୍ଧ୍ୟାରେ ଏକ ଅଟୋ ରିକ୍ସା ଓଲଟି ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ ହୋଇ ଆଜି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଚୌଦକୁଲାଟ ମଦ୍ରାସାର ୨ ଶିକ୍ଷକ ୫ ଜଣ ଛାତ୍ରଙ୍କୁ ଏକ ଅଟୋ ରିକ୍ସାରେ ନେଇ ଆଳିରୁ ଚୌଦକୁଲାଟ ଅଭିମୁଖେ ଫେରୁଥିଲେ। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାର ମାଳପାଟଣା ନିକଟରେ ଏକ କୁକୁର ଅଟୋର ଆଗ ଚକରେ ପିଟି ହୋଇ ଗାଡି ତଳକୁ ପଶି ଯାଇଥିଲା | ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। 

ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୨ ଶିକ୍ଷକ ଅବଦୁଲ ରହିମ୍, ଅବଦୁଲ ବାସିତ ଓ ଛାତ୍ର ସେଖ୍ ଆଏସ୍ ଆହତ ହୋଇ ରାସ୍ତା ଉପରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ୩ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଳି ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଆହତ ୩ ଜଣଙ୍କ ମଧ୍ୟରୁ ଅବଦୁଲ ବାସିତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୌଭାଗ୍ୟ ବଶତଃ ଅନ୍ୟ ୩ ଛାତ୍ର ସୁରକ୍ଷିତ ଅଛନ୍ତି। 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...