AFFILIATE MARKETING

https://binomo.com?a=90810425bb57&t=0

Friday, February 9, 2024

COASTAL NEWS ODIA 1702 ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ

COASTAL NEWS ODIA 1702

ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ 




ନୂଆଦିଲ୍ଲୀ - (CNO) ୨୦୨୪ ମସିହାରେ ୮୬ ବର୍ଷୀୟ ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏହି ସ୍ବପ୍ନ ହେଉଛି ‘ପେଟ୍‌’ ପ୍ରୋଜେକ୍ଟ। ସେ ମୁମ୍ବଇରେ ଏକ ବଡ଼ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ମାସ ଆରମ୍ଭରେ ଏହି ଚିକିତ୍ସାଳୟରେ କାମ ଆରମ୍ଭ ହେବ। ଏହି ଚିକିତ୍ସାଳୟର ନାମ ହେଉଛି ଟାଟା ଟ୍ରଷ୍ଟ୍‌ସ ସ୍ମଲ ଆନିମଲ୍‌ ହସ୍ପିଟାଲ।

ରତନ ଟାଟା ମୁମ୍ବଇସ୍ଥିତ ମହାଲକ୍ଷ୍ମୀରେ ଏହି ହସ୍ପିଟାଲ ନିର୍ମାଣ କରିଛନ୍ତି, ଯାହା ୨.୨ ଏକର ଜମିରେ ନିର୍ମିତ। ଏହାକୁ ତିଆରି କରିବା ପାଇଁ ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଚିକିତ୍ସାଳୟରେ କୁକୁର, ବିଲେଇ, ଠେକୁଆ ଭଳି ପଶୁମାନଙ୍କ ଚିକିତ୍ସା କରାଯିବ। ଏହି ହସ୍ପିଟାଲ ୨୪ ଘଣ୍ଟା ପ୍ରାଣୀମାନଙ୍କ ଚିକିତ୍ସା ଜାରି ରଖିବ।

ହସ୍ପିଟାଲ ଉଦଘାଟନ ପୂର୍ବରୁ ଏକ ସାକ୍ଷାତକାରରେ ରତନ ଟାଟା କହିଛନ୍ତି ଯେ, ଗୋଟିଏ ଗୃହପାଳିତ ପଶୁ ମଧ୍ୟ ଅନେକ ଲୋକଙ୍କ ପରିବାରର ସଦସ୍ୟ। ଅନେକ ଗୃହପାଳିତ ପଶୁ ମାଲିକଙ୍କୁ ଏହି ହସ୍ପିଟାଲର ଆବଶ୍ୟକତା ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହସ୍ପିଟାଲ ନିର୍ମାଣ କରିବା ମୋର ସ୍ୱପ୍ନ ଥିଲା। ସହରଗୁଡ଼ିକରେ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ ରହିବା ନିହାତି ଜରୁରୀ। ଆଉ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ହୋଇଥିବାରୁ ମୁଁ ସବୁଠୁ ଅଧିକ ଖୁସି।

ଯେତେବେଳେ ରତନ ଟାଟାଙ୍କ ଗୃହପାଳିତ ପଶୁର ଗଣ୍ଠିରେ ସମସ୍ୟା ହୋଇଥିଲା, ସେତେବେଳେ ତା’ର ଗଣ୍ଠି ପ୍ରତିରୋପଣ ପାଇଁ ତାକୁ ଆମେରିକା ନିଆଯାଇଥିଲା। ସେଠାରେ ମିନେସୋଟା ୟୁନିଭର୍ସିଟିରେ ପହଞ୍ଚିବା ଏବଂ ସେଠାରେ ଚିକିତ୍ସା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ କହିଛନ୍ତି, ସେଠାରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସେହି ଅନୁଭୂତି ପରେ ହିଁ ଏକ ପଶୁ ଚିକିତ୍ସାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ରତନ ଟାଟା। ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ଅନେକ ସୁବିଧା ମିଳିଥାଏ। ମୁମ୍ବଇରେ ନିର୍ମିତ ଏହି ହସ୍ପିଟାଲରେ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ।

ରତନ ଟାଟା ୨୦୧୨ରେ ଟାଟା ସନ୍ସ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାପରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ଏହାର କାମ ଶେଷ ହୋଇଛି। ମୁମ୍ବଇରେ ନିର୍ମିତ ଏହି ପ୍ରାଣୀ ଚିକିତ୍ସାଳୟ ଦେଶର ସବୁଠୁ ବଡ଼ ହସ୍ପିଲାରେ ସାମିଲ ହୋଇଛି। ଏହା ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ହେବ।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...