AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ବଢିଲା ବାଇଡେନଙ୍କ ଅଡୁଆ, ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମିଳିଲା ମଞ୍ଜୁରୀ

 COASTAL NEWS Odia 695

ବଢିଲା ବାଇଡେନଙ୍କ ଅଡୁଆ, ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମିଳିଲା ମଞ୍ଜୁରୀ



 

ଓ୍ବାଶିଂଟନ୍‌,୧୩।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ଅଡୁଆ ବଢିଛି। ଆମେରିକା ସଂସଦର ବାଚସ୍ପତି କେଭିନ ମାକ୍କାର୍ଥୀ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇଡେନ ପରିବାରର ବ୍ୟବସାୟିକ କାରବାରକୁ ନେଇ ମାକ୍କାର୍ଥୀ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଆମେରିକାର କ୍ୟାପିଟାଲ ହିଲରେ ମାକ୍କାର୍ଥୀ କହିଛନ୍ତି ଯେ, ମୁଁ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ଆନୁଷ୍ଠାନିକ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ହାଉସ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦେଉଛି। ମାକ୍କାର୍ଥୀ କହିଛନ୍ତି, ଗୃହ ତଦାରଖ ଏବଂ ଉତ୍ତରଦାୟିତ୍ୱ କମିଟିର ଅଧ୍ୟକ୍ଷ ଜେମ୍ସ କୋମର ଯାଞ୍ଚର ତଦାରଖ କରିବେ। ଏହା ସହିତ ହାଉସ ଜୁଡିସିଆରୀ କମିଟିର ଅଧ୍ୟକ୍ଷ ଜିମ ଜୋର୍ଡାନ ଏବଂ ହାଉସ ୱେଜ ଏଣ୍ଡ ମିନ୍ସ କମିଟି ଅଧ୍ୟକ୍ଷ ଜେସନ ସ୍ମିଥ ଜେମ୍ସ କୋମରଙ୍କୁ ସାହାଯ୍ୟ କରିବେ। ତେବେ ହ୍ବାଇଟ ହାଉସ ମହାଭିଯୋଗ ଯାଞ୍ଚକୁ ବିରୋଧ କରିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...