AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ

 COASTAL NEWS Odia 694

ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ



ରାଜସ୍ଥାନ - ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଆହତ। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି। ଜୟପୁର-ଆଗ୍ରା ଏନ୍‌ଏଚ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ରାସ୍ତାକଡରେ ଛିଡା ହୋଇଥିବା ସମୟରେ ମାଡି ଯାଇଥିଲା ଟ୍ରକ୍। 

ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀଙ୍କ କହିବା ଅନୁସାରେ, କିଛି ଯାତ୍ରୀ ରାଜସ୍ଥାନର ପୁଷ୍କରରୁ ଉତ୍ତର ପ୍ରଦେଶ ବୃନ୍ଦାବନକୁ ଏକ ବସ୍ ଯୋଗେ ଯାତ୍ରା କରୁଥିଲେ। ଅନ୍ତରା ଫ୍ଲାଏଓଭର ନିକଟରେ ଇନ୍ଧନ ସରିଯିବାରୁ ସେହିଠାରେ ବସ୍ ଅଟକି ରହିଥିଲା। ଡ୍ରାଇଭରଙ୍କ ସମେତ କିଛି ଯାତ୍ରୀ ଗାଡିରୁ ଓହ୍ଲାଇ ଫ୍ଲାଏଓଭର ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା।

ଘଟଣାସ୍ଥଳରେ ହିଁ 11 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ 6 ଜଣ ମହିଳା ଓ 5 ଜଣ ପୁରୁଷ ଥିବା ପୁଲିସ କହିଛି। ଆଜି ଭୋଅର ପ୍ରାୟ 4ଟl 30 ମିନିଟ୍ ସମୟରେ ଏହି ଦୁଃଖଦ ଘଟଣା ଘଟିଛି। 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...