AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ଆଉ ଚାଲିବନି କି ଡିଜେଲ୍‌ ଗାଡ଼ି

 COASTAL NEWS Odia 699

ଆଉ ଚାଲିବନି କି ଡିଜେଲ୍‌ ଗାଡ଼ି! ୧୦% GST ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ ନୀତିନ ଗଡକରୀ





ନୂଆଦିଲ୍ଲୀ -ଦେଶରେ ଡିଜେଲ୍‌ ଗାଡ଼ି ଉପରେ ଲଗାମ୍‌ ଲାଗିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି। ବାୟୁ ପ୍ରଦୂଷଣକୁ କମ୍‌ କରିବା ଲକ୍ଷ୍ୟରେ ଦେଶରେ ଗଡ଼ୁଥିବା ଡିଜେଲ୍‌ ଗାଡ଼ିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଗଡକରୀ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଡିଜେଲ୍‌ ଗାଡ଼ି ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍‌ଟି ଲଗାଯାଉ, ଯାହାଫଳରେ କମ୍ପାନୀଗୁଡ଼ିକ ଡିଜେଲ୍‌ ଗାଡ଼ି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଡିଜେଲ୍‌ ସର୍ବାଧିକ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଇନ୍ଧନ।

ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍ଚର୍ସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିନ ଗଡକରୀ ଏହା ବିଷୟରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡକରୀ କହିଛନ୍ତି ଯେ ଏ ସମ୍ବନ୍ଧରେ ସେ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ଆଜି ହିଁ ଅର୍ଥମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ। ଦାବି ମୁତାବକ, କେନ୍ଦ୍ର ସରକାର ଡିଜେଲ୍‌ ଗାଡ଼ି କିମ୍ବା ଡିଜେଲ୍‌ ଚାଳିତ ପ୍ରତ୍ୟେକ ଇଞ୍ଜିନ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍‌ଟି ଲାଗୁ କରନ୍ତୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅଟୋ ଇଣ୍ଡଷ୍ଟ୍ରୀ ନିଜେ ହିଁ ଏହା ଉପରେ ଆକ୍ସନ ନେବା ଆବଶ୍ୟକ। ଡିଜେଲ୍‌ ଗାଡ଼ିକୁ ‘ବାଏ-ବାଏ’ କରିଦେବା ଉଚିତ୍‌। ନଚେତ୍‌ ସରକାର ଏହା ଉପରେ ଏତେ ଟ୍ୟାକ୍ସ ବଢ଼ାଇ ଦେବେ ଯେ ଏହାକୁ ବିକ୍ରି କରିବା ମୁସ୍କିଲ ହୋଇଯିବ।

୨୦୧୪ରୁ ଏ ପର୍ଯ୍ୟନ୍ତ ଦେଶରେ ଡିଜେଲ କାର୍‌ଗୁଡ଼ିକର ସଂଖ୍ୟା କମିଛି। ୯ ବର୍ଷ ପୂର୍ବେ ଏହା ମୋଟ କାର୍‌ର ପ୍ରାୟ ୩୩.୫ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୨୮ ପ୍ରତିଶତକୁ ଖସି ଆସିଛି। ଗଡକରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାରଙ୍କ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଅଟୋମୋବାଇଲ ଶିଳ୍ପକୁ ଡିଜେଲରୁ ହଟାଇ ସ୍ୱଚ୍ଛ ତଥା ଶୁଦ୍ଧ ଇନ୍ଧନ ବିକଳ୍ପକୁ ସ୍ଥାନାନ୍ତର କରିବା।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...