AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ, କର୍ମଚାରୀଙ୍କ ସାର୍ଟରେ ରହିବ ପଦ୍ମ ଫୁଲ

 COASTAL NEWS Odia 700

ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ, କର୍ମଚାରୀଙ୍କ ସାର୍ଟରେ ରହିବ ପଦ୍ମ ଫୁଲ





ନୂଆଦିଲ୍ଲୀ -୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ନୂଆ ସଂସଦ ଭବନରେ ପ୍ରବେଶ ସହିତ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ ହେବ । ଏହାଛଡା ଦୁଇ ସଦନର ମାର୍ଶଲଙ୍କ ୟୁନିଫର୍ମ ମଧ୍ୟ ବଦଳିଯିବ । ଗଣେଶ ଚତୁର୍ଥ ଅବସରରେ ବିଧିବିଧନ ସହିତ ପୂଜା ହେବ ଏବଂ ଏହାପରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ।

ନୂଆ ସଂସଦ ଭବନରେ କର୍ମଚାରୀଙ୍କ ସାର୍ଟ ଗାଢ ଗୋଲାପୀ ରଙ୍ଗର ରହିବ । ଆଉ ପ୍ୟାଣ୍ଟର ରଙ୍ଗ ଖାକି ରଙ୍ଗର ରହିବ । ଏହାଛଡା କର୍ମଚାରୀଙ୍କ ସାର୍ଟରେ ପଦ୍ମ ଫୁଲ ଦେଖିବାକୁ ମିଳିବ । ନୂଆ ସଂସଦ ଭବନର ମାର୍ଶଲ ମଣିପୁର ପଗଡି ପିନ୍ଧିବେ । ସଂସଦର ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ସଫାରୀ ସୁଟ ପିନ୍ଧୁଥିଲେ, ଏବେ ସେମାନେ ସୈନିକ ଭଳି କେମୋପ୍ଲେଜ ଡ୍ରେସ ପିନ୍ଧିବେ ।

ତେବେ ଏହାକୁ ନେଇ ରାଜନୈତକ ବୟାନବାଜି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାଶିଦ ଅଲ୍ଵି ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲାଗିଛନ୍ତି । ସେ କହିଛନ୍ତି, ବିଜେପି ସଂସଦରେ ପଶି ମଧ୍ୟ ରାଜନୀତି କରୁଛି । ଏମିତି ହେଲେ ଆମେ ନିଶ୍ଚିତ ବିରୋଧ କରିବୁ ।

ସୂଚନାଯୋଗ୍ୟ, ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ ସେପ୍ଟେମ୍ବରରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ପରଦିନ ଅର୍ଥାତ୍ ୧୯ ସେପ୍ଟେମ୍ବର ଗଣେଶ ପୂଜା ଅବସରେ ନୂଆ ସଂସଦ ଭବନରେ ଅଧିବେଶନ କରାଯିବ ।  ନୂଆ ସଂସଦ ଭବନରେ ଲୋକସଭାରେ ଏକାସାଥିରେ ୧୨୨୪ ସଦସ୍ୟ ବସିବାର ସାମର୍ଥ ରହିଛି ।

୨୦୨୦ ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରକଳ୍ପ ଏହି ନୂଆ ସଂସଦ ଭବନର ନିର୍ମାଣ କରିଥିଲା । ୮୬୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଗତ ମେ ମାସ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ବିଲଡିଂ ଭିତରେ ଏକ ଲାଉଞ୍ଜ, ଏକ ଲାଇବ୍ରେରୀ, ଅନେକ ସମିତି କକ୍ଷ, ଭୋଜନ କ୍ଷେତ୍ର, ବଡ଼ ପାର୍କିଂ ସ୍ଥଳ ରହିଛି ।

No comments:

COASTAL NEWS

ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୫ ICC ଆଇ ସି ସି ମହିଳା ବିଶ୍ୱକପ୍ ଜିତି ଇତିହାସ ରଚିଛି The Indian women's cricket team has created history by winning the 2025 ICC Women's World Cup

କୋଷ୍ଟାଲ ନ୍ୟୁଜ ଓଡ଼ିଆ: ଭାରତୀୟ ମହିଳା କ୍ରିକେଟ୍ ଦଳର ବିଶ୍ୱକପ୍ ବିଜୟ ଉତ୍ସବ ନମସ୍କାର! ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ନ୍ୟୁଜ୍ ଚ୍ୟାନେଲ୍...