AFFILIATE MARKETING

https://binomo.com?a=90810425bb57&t=0

Saturday, May 27, 2023

ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା

 ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା



ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି ---

- ଭାରତ ବିବିଧ ସଂସ୍କୃତିର ଦେଶ ଭାବେ ବିଶ୍ୱରେ ପରିଚିତ । ଭାରତରେ ଅନେକ ଗାଁ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ନିୟମ ରହିଛି । ଗାଁ ମାନଙ୍କରେ ରହୁଥିବା ଲୋକମାନେ ସାଧାରଣତଃ ନିଜ ପରମ୍ପରାକୁ ଅଧିକ ମାନିଥାନ୍ତି । ତେବେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା ନପିନ୍ଧିବାର ନିୟମ ରହିଛି । ଏପରିକି ଅନ୍ୟ ସ୍ଥାନରୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ରହିଛି ।


ଆନ୍ଧ୍ରପ୍ରଦେଶର ବେମନା ଇନ୍ଦଲୁ ନାମକ ଗାଁରେ ଏପରି ପ୍ରଥା ରହି ଆସିଛି । ତିରୁପତିରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୨୫ ପରିବାର ରୁହନ୍ତି । ଏହି ଗାଁରେ ୮୦ ଜଣ ଲୋକ ରହୁଥିବା ଜଣା ପଡ଼ିଛି । ଗାଁ ଟି ଛୋଟ ହୋଇଥିଲେ ମଧ୍ୟ ଏଠାକାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଗାଁରେ ରହୁଥିବା ଅନେକ ପରିବାର ଅଶିକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଗାଁରେ ରହୁଥିବା ସମସ୍ତ ଅଧିବାସୀ ନିଜ ସରପଞ୍ଚଙ୍କ କଥା ମାନିଥାନ୍ତି ।


ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପେଲେଓ୍ଵକରି ସମ୍ପ୍ରଦାୟ ସହିତ ଜଡ଼ିତ ଲୋକେ ବସବାସ କରିବା ସହ ସେମାନେ ନିଜର ପରିଚୟ ଦୋରାବାରଲୁ ରୂପରେ କରିଥାନ୍ତି । ଆନ୍ଧ୍ରପ୍ରଦେଶରେ ଏହି ଅଧିବାସୀମାନଙ୍କୁ ପଛୁଆ ବର୍ଗର ଅଧିବାସୀ ଭାବେ ସ୍ଥାନିତ କରାଯାଇଛି । ତେବେ ଏହି ଗାଁରେ ଭିନ୍ନ ପ୍ରକାରର ନିୟମ ରହିଛି । ଏହି ଗାଁରେ ରହୁଥିବା ଅଧିବାସୀମାନେ ଡାକ୍ତରଖାନା ଯାଆନ୍ତି ନାହିଁ । ଭଗବାନ ହିଁ ତାଙ୍କର ସମସ୍ତ ସମସ୍ୟା ଦୂର କରିବେ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ଲୋକମାନେ ତିରୁପତି ଭଗବାନ ଭେଙ୍କେଟେଶ୍ୱରଙ୍କ ପୂଜା କରନ୍ତି ନାହିଁ । କାରଣ ଗାଁରେ ଏକ ମନ୍ଦିର ରହିଛି, ଯେଉଁଠାରେ ଗାଁର ସମସ୍ତ ଲୋକ ପୂଜା କରିଥାନ୍ତି । ଯେତେବେଳେ କେହି ରୋଗରେ ପିଡ଼ିତ ହୋଇଥାନ୍ତି, ମନ୍ଦିର ନିକଟରେ ଥିବା ଏକ ନିମ୍ବ ଗଛର ପରିକ୍ରମା କରିଥାନ୍ତି । ମନ୍ଦିର ପରିକ୍ରମା କରୁଥିଲେ ମଧ୍ୟ ଡାକ୍ତରଖାନା ଯିବା ଉଚିତ ମନେ କରନ୍ତି ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାକାର ନିୟମ ଏତେ କଠୋର ହୋଇଥାଏ ଯେ, ଯଦି କେହି ଅନ୍ୟ ସ୍ଥାନରୁ ଆସିଥାନ୍ତି ସେମାନେ ମଧ୍ୟ ଜୋତା ବାହାର କରି ଏହି ଗାଁରେ ପ୍ରବେଶ କରିଥାନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...