AFFILIATE MARKETING

https://binomo.com?a=90810425bb57&t=0

Sunday, May 14, 2023

ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ

 ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ



ଦଶମରେ ରୁଶିଲ କୁମାର(୯୯.୮%) ଏବଂ ଦ୍ବାଦଶରେ ରିୟା ଅଗ୍ରୱାଲ (୯୯.୭୫%) ଟପ୍ପର---

ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଦ୍ବାଦଶରେ ଛାତ୍ରୀମାନେ ବାଜିମାତ୍‌ କରିଥିବା ବେଳେ ଦଶମରେ ଛାତ୍ର ଓ ଛାତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି।

ଦଶମ ଶ୍ରେଣୀ ପରୀକ୍ଷାରେ ରୁଶିଲ କୁମାର ୯୯.୮% ନମ୍ବର ରଖି ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ରିୟା ଅଗ୍ରୱାଲ ୯୯.୭୫ ପ୍ରତିଶତ ନମ୍ବର ରଖି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଛାତ୍ରଛାତ୍ରୀ ୱେବସାଇଟ www.cisce.org/results. cisce. orgକୁ ଲଗଇନ କରି ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଦେଖିପାରିବେ। ସେହିପରି ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଏସଏମଏସ ଜରିଆରେ ମଧ୍ୟ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀଫଳ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି।

ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ସାରା ଦେଶରୁ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...