AFFILIATE MARKETING

https://binomo.com?a=90810425bb57&t=0

Monday, May 15, 2023

ଚୋରି ଓ ହଜିଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ; ଦେଶରେ ଲଞ୍ଚ୍ ହେବ ସଂଚାର ସାଥି ପୋର୍ଟାଲ୍

ଚୋରି ଓ ହଜିଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ; ଦେଶରେ ଲଞ୍ଚ୍ ହେବ ସଂଚାର ସାଥି ପୋର୍ଟାଲ୍





ନୂଆଦିଲ୍ଲୀ: ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର ‘ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ’ ଆରମ୍ଭ କରିବାକୁ ଯାଉଛନ୍ତି। କେନ୍ଦ୍ରୀୟ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଚାର ସାଥୀ ପୋର୍ଟାଲ୍(ସଇଆଇଆର୍‌) ଲଞ୍ଚ୍ କରି ସେବା ଆରମ୍ଭ କରିବେ। ଏହାଦ୍ୱାରା ଲୋକେ ଚୋରି ହୋଇଯାଇଥିବା ଫୋନ୍‌କୁ ବ୍ଲକ୍ କିମ୍ବା ଟ୍ରାକ୍ କରିପାରିବେ। ଏହା ପୂର୍ବରୁ ସେଣ୍ଟର ଫର୍ ଡିପାର୍ଟମେଣ୍ଟ ଅଫ୍ ଟେଲିମେଟିକ୍ସ(ସି-ଡଟ୍) ବ୍ୟବସ୍ଥା ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପୂର୍ବ ମଧ୍ୟ ଭାଗ ରାଜ୍ୟଗୁଡ଼ିକରେ ପାଇଲଟ ପ୍ରୋଜେକ୍ଟରେ ଚାଲିଛି। ଯାହା ଏବେ ପୂରା ଭାରତରେ ଲାଗୁ ହେବ।


ମୋବାଇଲ ସ୍ମଗଲିଂ ଯାଞ୍ଚ କରିବା ସଂଚାର ସାଥି ପୋର୍ଟାଲ୍।

ସି-ଡଟ୍‌ ମୁଖ୍ୟ କାର୍ଯ୍ୟକାରୀ ଅଫିସର ଓ ଚେୟାରମ୍ୟାନ୍‌ ରାଜକୁମାର ଉପାଧ୍ୟାୟଙ୍କ ସୂଚନା ଅନୁସାରେ, ମୋବାଇଲ୍ ବ୍ଲକିଙ୍ଗ ଓ ଟ୍ରାକିଙ୍ଗ ସିଷ୍ଟମ ସାରା ଭାରତରେ ଆରମ୍ଭ ହେବାକୁ ପ୍ରସ୍ତୁତ ରହିଛି। ଚଳିତ ତ୍ରୈୟମାସିକରେ ଏହି ସେବା ସାରା ଭାରତରେ ଲାଗୁ କରାଯିବ। ଏଥିରେ ଲୋକେ ନିଜ ମୋବାଇଲ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ। ଏହି ସିଷ୍ଟମ୍‌ରେ ଏକ ଇନ୍‌ବିଲ୍ଡ ମେକାନିଜମ ଅଛି ଯାହା ମୋବାଇଲ୍‌ ଚୋରିର ଯାଞ୍ଚ କରିବ। ତେବେ ଏହି ସେବା କେବେ ଆରମ୍ଭ ହେବ ସେ ନେଇ ରାଜକୁମାର ସ୍ପଷ୍ଟ କରି ନାହାନ୍ତି।


IMEI ନମ୍ବର ବଦଳାଇଲେ ଟ୍ରାକ୍ ହୋଇପାରିବ ଫୋନ୍


ଯାହୁଁ ଟେକ୍ନୋଲୋଜୀରେ ପରିବର୍ତ୍ତନ ହେଉଛି ତାହୁ ଅପରାଧି ସତର୍କ ହେଉଛନ୍ତି। ଚୋରମାନେ ମୋବାଇଲ୍‌ ଚୋରି କରି ଆଇଏମ୍‌ଇଆଇ ନମ୍ବର ବଦଳାଇ ଦେଉଛନ୍ତି। ହେଲେ ଏବେ IMEI ନମ୍ବର ବଦଳାଇଲେ ବି ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିହେବ। ଏଥିରେ ଏମିତି ମେକାନିଜମ ରହିଛି ବୋଲି ସି-ଡଟ୍‌ ମୁଖ୍ୟ କାର୍ଯ୍ୟକାରୀ ଅଫିସର ଓ ଚେୟାରମ୍ୟାନ୍‌ ରାଜକୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ପୋର୍ଟାଲ୍ ସାହାଯ୍ୟରେ ଏପର୍ଯ୍ୟନ୍ତ ଉଦ୍ଧାର ହେଲାଣି ୮ ହଜାରରୁ ଅଧିକ ଫୋନ୍

ମିଡିଆ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଏହି ପୋର୍ଟାଲ୍ ମାଧ୍ୟମରେ ୪.୭୦ ଲକ୍ଷ ଚୋରି କିମ୍ବା ହଜିଯାଇଥିବା ଫୋନ୍‌କୁ ବ୍ଲକ୍ କରାଯାଇ ସାରିଛି। ଏଥିସହିତ ୨.୪୦ ଲକ୍ଷରୁ ଅଧିକ ମୋବାଇଲ୍‌କୁ ଟ୍ରାକ୍ କରାଯାଇ ସାରିଛି। ସେହିପରି ୮୦ ହଜାରରୁ ଅଧିକ ଫୋନ୍‌କୁ ଉଦ୍ଧାର କରାଯାଇ ପାରିଛି। ନିକଟରେ କର୍ଣ୍ଣାଟକ ପୁଲିସ ୨୫୦୦ରୁ ଅଧିକ ମୋବାଇଲ୍‌ ଜବତ କରି ଫୋନ୍ ମାଲିକଙ୍କୁ ଫେରାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...