AFFILIATE MARKETING

https://binomo.com?a=90810425bb57&t=0

Thursday, May 25, 2023

ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ

 ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ




ପାରାଦୀପ : ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି । ମା (ସୁଲୋଚନା) କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ। ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ଏଥିରେ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଘରକୁ ଫେରିଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମା ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ପୁଅ ଅଂଶୁମାନ ତାଙ୍କୁ ସ୍କୁଲ କୁ ନବା ଆଣିବା କରେ। ଆଜି ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...