AFFILIATE MARKETING

https://binomo.com?a=90810425bb57&t=0

Thursday, May 4, 2023

ଆଜିଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ, ମେ 1ରୁ ଆରମ୍ଭ ହୋଇ ମେ 20ରେ ସରିବ ସର୍ଭେ

ଆଜିଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ, ମେ 1ରୁ ଆରମ୍ଭ ହୋଇ ମେ 20ରେ ସରିବ ସର୍ଭେ
ଭୁବନେଶ୍ୱର:  ଆଜିଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ । ମେ 1ରୁ ଆରମ୍ଭ ହୋଇ ମେ 20ରେ ସରିବ ଏହି ସର୍ଭେ ।  ପରେ ମେ 20ରୁ 27 ସ୍ପେସାଲ ଡ୍ରାଇଭ କରାଯିବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ । ଏବଂ ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର ସେଣ୍ଟର। ଗାଁ ଅଙ୍ଗନୱାଡ଼ି କିମ୍ଭା ସ୍କୁଲ ଘରେ ଖୋଲିବ ଏହି ସେଣ୍ଟର । ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ ।

ଆଇସିଡିଏସ୍ ସୁପରଭାଇଜର ଏବଂ ବ୍ଳକ୍ ଲେଭୁଲ୍ ଏକ୍ସଟନସନ୍ ଅଫିସରଙ୍କୁ ସୁପରଭାଇଜର ଭାବେ ନିୟୋଜିତ ହେବ । ପରିବାର ମୁଖ୍ୟ କିମ୍ବା ଅନ୍ୟ ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ତଥ୍ୟ ଦେଇ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ପାରିବେ । ଏହା ସହ ଜଣେ ସାକ୍ଷୀ ମଧ୍ୟ ରହିବ । ପ୍ରତ୍ୟେକ ଜିଲ୍ଲା ଏବଂ ମ୍ୟୁନିସିପାଲିଟି ଅନୁସାରେ ସେଣ୍ଟର ଖୋଲାଯାଇଛି । ପୂର୍ବାହ୍ନ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଖୋଲରହିବ ସମସ୍ତ କେନ୍ଦ୍ର।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...