AFFILIATE MARKETING

https://binomo.com?a=90810425bb57&t=0

Monday, May 15, 2023

ବାତ୍ୟା ମୋକାର ତାଣ୍ଡବ ପରେ ପ୍ରବଳ ବର୍ଷା; ଘରଦ୍ବାର ଛାରଖାର, ବିଜୁଳି ଓ ଇଣ୍ଟରନେଟ୍ ସେବା ବନ୍ଦ

 ବାତ୍ୟା ମୋକାର ତାଣ୍ଡବ ପରେ ପ୍ରବଳ ବର୍ଷା; ଘରଦ୍ବାର ଛାରଖାର, ବିଜୁଳି ଓ ଇଣ୍ଟରନେଟ୍ ସେବା ବନ୍ଦ



ଢାକା : ସାମୁଦ୍ରିକ ଝଡ଼ ‘ମୋକା’ ରବିବାର ବଂଲାଦେଶ ଏବଂ ମିଆଁମାର ଉପକୂଳରେ ତାଣ୍ଡବ ରଚିଛି । ଘର ଦ୍ବାର ଭାଙ୍ଗିବା ସହିତ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି । ମୋକା ହିଟ୍ କରିବା ପରେ ଦୁଇ ଦେଶର ଭୀଷଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୧୯୫ କିଲୋମିଟର ରହିଛି । ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୨୫୦ କିଲୋମିଟର ରହିଥିଲା । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ମିଆଁମାରରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨ ଦଶନ୍ଧିରେ ଆସିଥିବା ବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବୋଲି ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଏବଂ ପବନ ଯୋଗୁ କୋକ୍ସ ବଜାରରେ ଥିବା ବିଶ୍ବର ସବୁଠୁ ବଡ଼ ଶରଣାର୍ଥୀ କ୍ୟାମ୍ପ୍‌ ମଧ୍ୟରୁ ପ୍ରାୟ ୫୦୦ ରୋହିଙ୍ଗ୍ୟାଙ୍କ କ୍ୟାମ୍ପ ନଷ୍ଟ ହୋଇଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।

ବାତ୍ୟା ଯୋଗୁ ବାଂଲାଦେଶର କୋରଲ ଆଇଲ୍ୟାଣ୍ଡ୍‌ ସେଣ୍ଟ୍‌ ମାର୍ଟିନରୁ ସମୁଦ୍ର ପାଣି ମାଡ଼ି ଆସିଛି । ପ୍ରବଳ ବର୍ଷା ଯୋଗୁ ଦ୍ୱୀପଟି ବୁଡ଼ିଯାଇଥିଲା । ବାତ୍ୟା ପରେ ସମୁଦ୍ର ଶାନ୍ତ ନହେବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାମୁଦ୍ରିକ ଝଡ଼ ପ୍ରଭାବ ବାଂଲାଦେଶ କୋକ୍ ବଜାରରେ ପଡ଼ିଛି । ଅଧିକାରୀଙ୍କ ସୂଚନା ଅନୁସାରେ, ବାଂଲାଦେଶ ଉପକୂଳ ଅଞ୍ଚଳରୁ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ରଖାଯାଇଛି ।


ପ୍ରବଳ ଝଡ଼ ତୋଫାନ ଯୋଗୁ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି । ସେହପରି ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ହୋଇଛି। ଅନେକ ଘରର ଛପର ଉଡ଼ିଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳ ସେଣ୍ଟ ମାର୍ଟିନ ଏବଂ ଟେକ୍‌ନାଫ୍‌ ଛାରଖାର ହୋଯାଇଛି । କୋକୋ ଦ୍ୱୀପର ସହର ୟାଙ୍ଗୁନ୍‌ରେ ଥିବା ଅନେକ ଘରର ଛାତ ମଧ୍ୟ ଉଡ଼ିଯାଇଛି । କେବଳ କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।  ଝଡ଼ବର୍ଷା ଯୋଗୁ ୨୦ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବା ଗ୍ଲୋବାଲ ଡିଜାଷ୍ଟର ଆଣ୍ଡ କୋଅର୍ଡିନେଶନ ସିଷ୍ଟମ ଆକଳନ କରିଛି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...