AFFILIATE MARKETING

https://binomo.com?a=90810425bb57&t=0

Monday, May 15, 2023

ବାତ୍ୟା ମୋକାର ତାଣ୍ଡବ ପରେ ପ୍ରବଳ ବର୍ଷା; ଘରଦ୍ବାର ଛାରଖାର, ବିଜୁଳି ଓ ଇଣ୍ଟରନେଟ୍ ସେବା ବନ୍ଦ

 ବାତ୍ୟା ମୋକାର ତାଣ୍ଡବ ପରେ ପ୍ରବଳ ବର୍ଷା; ଘରଦ୍ବାର ଛାରଖାର, ବିଜୁଳି ଓ ଇଣ୍ଟରନେଟ୍ ସେବା ବନ୍ଦ



ଢାକା : ସାମୁଦ୍ରିକ ଝଡ଼ ‘ମୋକା’ ରବିବାର ବଂଲାଦେଶ ଏବଂ ମିଆଁମାର ଉପକୂଳରେ ତାଣ୍ଡବ ରଚିଛି । ଘର ଦ୍ବାର ଭାଙ୍ଗିବା ସହିତ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି । ମୋକା ହିଟ୍ କରିବା ପରେ ଦୁଇ ଦେଶର ଭୀଷଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୧୯୫ କିଲୋମିଟର ରହିଛି । ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୨୫୦ କିଲୋମିଟର ରହିଥିଲା । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ମିଆଁମାରରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨ ଦଶନ୍ଧିରେ ଆସିଥିବା ବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବୋଲି ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଏବଂ ପବନ ଯୋଗୁ କୋକ୍ସ ବଜାରରେ ଥିବା ବିଶ୍ବର ସବୁଠୁ ବଡ଼ ଶରଣାର୍ଥୀ କ୍ୟାମ୍ପ୍‌ ମଧ୍ୟରୁ ପ୍ରାୟ ୫୦୦ ରୋହିଙ୍ଗ୍ୟାଙ୍କ କ୍ୟାମ୍ପ ନଷ୍ଟ ହୋଇଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।

ବାତ୍ୟା ଯୋଗୁ ବାଂଲାଦେଶର କୋରଲ ଆଇଲ୍ୟାଣ୍ଡ୍‌ ସେଣ୍ଟ୍‌ ମାର୍ଟିନରୁ ସମୁଦ୍ର ପାଣି ମାଡ଼ି ଆସିଛି । ପ୍ରବଳ ବର୍ଷା ଯୋଗୁ ଦ୍ୱୀପଟି ବୁଡ଼ିଯାଇଥିଲା । ବାତ୍ୟା ପରେ ସମୁଦ୍ର ଶାନ୍ତ ନହେବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାମୁଦ୍ରିକ ଝଡ଼ ପ୍ରଭାବ ବାଂଲାଦେଶ କୋକ୍ ବଜାରରେ ପଡ଼ିଛି । ଅଧିକାରୀଙ୍କ ସୂଚନା ଅନୁସାରେ, ବାଂଲାଦେଶ ଉପକୂଳ ଅଞ୍ଚଳରୁ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ରଖାଯାଇଛି ।


ପ୍ରବଳ ଝଡ଼ ତୋଫାନ ଯୋଗୁ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି । ସେହପରି ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ହୋଇଛି। ଅନେକ ଘରର ଛପର ଉଡ଼ିଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳ ସେଣ୍ଟ ମାର୍ଟିନ ଏବଂ ଟେକ୍‌ନାଫ୍‌ ଛାରଖାର ହୋଯାଇଛି । କୋକୋ ଦ୍ୱୀପର ସହର ୟାଙ୍ଗୁନ୍‌ରେ ଥିବା ଅନେକ ଘରର ଛାତ ମଧ୍ୟ ଉଡ଼ିଯାଇଛି । କେବଳ କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।  ଝଡ଼ବର୍ଷା ଯୋଗୁ ୨୦ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବା ଗ୍ଲୋବାଲ ଡିଜାଷ୍ଟର ଆଣ୍ଡ କୋଅର୍ଡିନେଶନ ସିଷ୍ଟମ ଆକଳନ କରିଛି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...