AFFILIATE MARKETING

https://binomo.com?a=90810425bb57&t=0

Saturday, May 13, 2023

କର୍ଣ୍ଣାଟକ କାଉଣ୍ଟିଂ ଅପଡେଟ୍; ପଛରେ ପଡ଼ିଲା ଶାସକ ବିଜେପି, ୧୧୫ଟି ଆସନରେ ଆଗରେ କଂଗ୍ରେସ---

କର୍ଣ୍ଣାଟକ କାଉଣ୍ଟିଂ ଅପଡେଟ୍; ପଛରେ ପଡ଼ିଲା ଶାସକ ବିଜେପି, ୧୧୫ଟି ଆସନରେ ଆଗରେ କଂଗ୍ରେସ---





ବେଙ୍ଗାଳୁରୁ: କର୍ଣ୍ଣାଟକରେ ଜାରି ରହିଛି ବିଧାନସଭା ଭୋଟ୍ ଗଣତି । ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ବିଜେପିକୁ ମାତ୍ ଦେଇ କଂଗ୍ରେସ ଆଗରେ ରହିଛି । କଂଗ୍ରେସ ୧୧୫ଟି ଆସନରେ ଆଗରେ ରହିଥିବା ବେଳେ ଶାସକ ବିଜେପି ୭୪ଟି ବିଧାନସଭା କ୍ଷେତ୍ରରେ ଆଗରେ ରହିଛି । ସେହିପରି ଜେଡିଏସ ୩୦ଟି ଆସନ ଓ ଅନ୍ୟାନ୍ୟ ୫ଟି ଆସନରେ ଆଗରେ ଚାଲୁଛି ।


କର୍ଣ୍ଣାଟକରେ ଶାସକ ବିଜେପି ପୁଣି ଥରେ ଗଡ଼ ଜିତିବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ କଂଗ୍ରେସ ପରିବର୍ତ୍ତନ ଦିଗରେ ଲଢେଇ ଜାରି ରଖିଛି । ଆଜତକ୍-ଆକ୍ସିସ୍ ମାୟ ଇଣ୍ଡିଆ ଏକଜିଟ୍ ପୋଲ ଅନୁଯାୟୀ, କଂଗ୍ରେସକୁ ବହୁମତ ମିଳିବାର ସମ୍ଭାବନା ରହିଛି । ସେପଟେ ଏଥର ମଧ୍ୟ ଜେଡିଏସ ପୁଣି ଥରେ କିଙ୍ଗ ମେକର ସାଜି ପାରେ ବୋଲି କୁହାଯାଉଛି ।


ନିର୍ବାଚନ ଆୟୋଗଙ୍କ ଓ୍ବେସାଇଟ୍ ମୁତାବକ, ୨୨୪ଟି ବିଧାନସଭା ଆସନରୁ ୨୨୩ଟିରେ ଗଣତି ଜାରି ରହିଛି । ଏଥିମଧ୍ୟରୁ କଂଗ୍ରେସକୁ ୧୧୪, ବିଜେପି ୭୧ଆସନରେ ଆଗରେ ରହିଛି । ସେହିପରି ଜେଡିଏସ ୩୨ ଓ ଅନ୍ୟାନ୍ୟ ୬ଟ ସିଟରେ ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସକୁ ୪୩.୪ ପ୍ରତିଶତ ଏବଂ ବିଜେପିକୁ ୩୬.୪ ପ୍ରତିଶତ ଭୋଟ୍ ମିଳିଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...