AFFILIATE MARKETING

https://binomo.com?a=90810425bb57&t=0

Saturday, May 20, 2023

ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ

 ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ





ନୟାଗଡ଼ : ଟିୟୁସନ ସାରି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅପହରଣ । ପରିବାର ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ସପ୍ତାହେ ତଳେ ବାହାଡ଼ାଛକରେ ଥିବା ଶ୍ୟାମ ଟ୍ୟୁଟାରିଆଲକୁ ଟିଉସନ୍‌ ଯାଇଥିଲେ । ଫତେଗଡ଼ ଗାଁର କାହ୍ନା ମାଣ୍ଡୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ମିଶି ଛାତ୍ରୀକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।


ଛାତ୍ରୀଙ୍କୁ ଛାଡିବା ପାଇଁ ଅଭିଯୁକ୍ତ ୧୦ଲକ୍ଷ ଟଙ୍କା ମାଗିଛନ୍ତି । ଏ ବିଷୟରେ କାହାକୁ ଜଣାଇଲେ ଝିଅକୁ ହତ୍ୟା କରିଦେବୁ ବୋଲି ଅପହରଣକାରୀ ଧମକ ମଧ୍ୟ ଦେଇଛନ୍ତି । ନୟାଗଡ଼ SPଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଛନ୍ତି ପରିବାର ଲୋକ । ଦୁଇ ଦିନ ମଧ୍ୟରେ ଝିଅକୁ ଅପହରଣ କାରୀଙ୍କ କବଳରୁ ଉଦ୍ଧାର କରାନଗଲେ ଛାତ୍ରୀଙ୍କ ପରିବାର ପକ୍ଷରୁ ଫତେଗଡ଼ ଥାନା ସମ୍ମୁଖରେ ଆତ୍ମହୂତି ଦେବେ ବୋଲି କୁହାଯାଇଛି । ସେପଟେ ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।.

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...