AFFILIATE MARKETING

https://binomo.com?a=90810425bb57&t=0

Thursday, May 4, 2023

ଆଜି ବିଶ୍ୱ ଶ୍ରମିକ ଦିବସ, ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ

ଆଜି ବିଶ୍ୱ ଶ୍ରମିକ ଦିବସ, ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ 

ନୂଆଦିଲ୍ଲୀ: ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ ।

ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପ୍ରସ୍ତାବ ଗ୍ରହଣ କରିଥଲେ ।

୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ । ଭାରତରେ ପ୍ରଥମେ ୧୯୨୩ ମସିହା ମେ’ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ଥାନ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...