AFFILIATE MARKETING

https://binomo.com?a=90810425bb57&t=0

Sunday, May 7, 2023

ଅନ୍ଧାର ଭିତରରେ ଅନ୍ଧାରକୁ ଏମିତି କହିଲେ ରାଷ୍ଟ୍ରପତି

 ଅନ୍ଧାର ଭିତରରେ ଅନ୍ଧାରକୁ ଏମିତି କହିଲେ ରାଷ୍ଟ୍ରପତି---




ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବି ଥକି’, ମୁଦିବା ଆଗରୁ ଆଖି। ମହାମହିମ ରାଷ୍ଟ୍ରପତିଙ୍କ ଏ ସମ୍ବୋଧନ କେବଳ ଅନ୍ଧାରକୁ ଥିଲା  । ଆଉ ଅନ୍ଧକାର ଭିତରୁ ଆଲୋକ ବର୍ତ୍ତିକା ଭଳି ମହାମହିମଙ୍କ ଏ କଥା ଶୁଣି ତାଳିରେ କମ୍ପିଥିବା ସମଗ୍ର ଅଞ୍ଚଳ, ସମଗ୍ର ଅଡିଟୋରିଅମ୍‌। 


ଦୃଶ୍ୟ ନିଶ୍ଚିତ ଭାବେ ଅଭାବନୀୟ ଥିଲା । ହେଲେ, ଏଇ ଅନ୍ଧକାର ଭିତରୁ ସବୁଠାରୁ ଶୋଭନୀୟ ବାଣୀ ଥିଲା ମହାମହିମ ରାଷ୍ଟ୍ରପତିଙ୍କର। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍। ପାୱାର ଟ୍ରିପ୍ ଯୋଗୁ ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏ ଦୀର୍ଘ ୯ ମିନିଟ ପାଇଁ ଲାଇନ୍ କଟିଗଲା।


ରାଷ୍ଟ୍ରମୁଖ୍ୟଙ୍କ ଅଭିଭାଷଣ ବେଳେ ଏଭଳି ଘଟିବା ନିଶ୍ଚିତ ଭାବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ପ୍ରଦର୍ଶନ କଲା। କିନ୍ତୁ ମହାମହିମ ପରିସ୍ଥିତିକୁ ସମ୍ଭାଳି ନେଲେ। ଅନ୍ଧାରକୁ ଦେଖି ନିଜ ଅଭିଭାଷକୁ ସ୍ତବ୍ଧ ନ କରି ଅନ୍ଧାରକୁ ସମ୍ଭାଷଣ କଲେ।


‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବି ଥକି’, ମୁଦିବା ଆଗରୁ ଆଖି।'

ରାଷ୍ଟ୍ରପତି ମହୋଦୟା ଏ କଥା କହିଲା ବେଳେ ଲାଗୁଥିବା ଜଣେ ମଣିଷ କେତେ ସାଧାରଣ ହୋଇପାରେ। କେତେ ମାଟି ମନସ୍କ ହୋଇପାରେ। ଏ ତାଳି ଭିତରୁ ବାରି ହୋଇ ପଡୁଥିବା ତାଙ୍କ ପ୍ରତି ସମସ୍ତଙ୍କ ମନର ଆବେଗ। ଅନ୍ଧାରକୁ ଦେଖିଥିବା ମଣିଷ ହିଁ ଆଲୁଅକୁ ବୁଝିପାରେ। ଠଉରେଇପାରେ ଆଲୁଅର ବାସ୍ତବ ଅର୍ଥକୁ। ନିଜ ଜୀବନରେ ଅନେକ ଦୁଃସ୍ଥିତି ଦେଖିଥିବା ଆମ ମହାମହିମଙ୍କ ପାଖରୁ ପୁତ୍ର, ପତିର ସୁଖ ଛଡେଇ ନେଇଥିବା ସମୟ ଦିନେ ତାଙ୍କ ଜୀବନକୁ ଅନ୍ଧକାରାଛନ୍ନ କରିଥିଲା। ଆଉ ଆଜି ଦେଶର ସବୋର୍ଚ୍ଚ ଆସନରେ ବସାଇ ଆଲୁଅର ଅର୍ଥକୁ ପ୍ରାଜ୍ଞଳ ଭାବେ ବୁଝାଇ ଦେଲା।


ମହାମହିମଙ୍କ କଥାକୁ ହୁଏତ ଆମେ ଏମିତି ଢଙ୍ଗରେ ଗ୍ରହଣ କରିନେବା। ହେଲେ ଏଭଳି ତ୍ରୁଟି ପାଇଁ ସମାଲୋଚନାର ସରବ୍ୟ ହେବେ ରାଜ୍ୟ ସରକାର। ଯଦି ଦେଶର ମୁଖ୍ୟଙ୍କ ସଭାରେ ଏଭଳି ଅଘଟଣ ଘଟୁଛି, ଅନ୍ୟ କଥା ଆଉ କ'ଣ କହିବା। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ବୀକାର କରିଛି। ତେବେ ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି

No comments:

COASTAL NEWS

ଖବର ଆଜିର, 22 ଅକ୍ଟୋବର, ବୁଧବାର *

*ଖବର ଆଜିର, 22 ଅକ୍ଟୋବର, ବୁଧବାର * ରାଜ୍ୟରେ ଆଗାମୀ ୫-୭ ଦିନ ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା...