AFFILIATE MARKETING

https://binomo.com?a=90810425bb57&t=0

Sunday, May 14, 2023

କେନ୍ଦୁଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ---

କେନ୍ଦୁଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ



କେନ୍ଦୁଝରଗଡ଼଼: କେନ୍ଦୁଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ କିଭଳି ସଫଳ ହେବ ସେଥିପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯାଇ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଶୌଚାଳୟ ଆଦି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ବେଳେ କେତେକ ନିର୍ମାଣ ଶେଷ ହୋଇ ଉଦ୍‌‌ଘାଟନ ହୋଇଥିଲେ ହେଁ ପାଣି ଓ ବିଦ୍ୟୁତ ଯୋଗାଣ ଅଭାବରୁ କାର୍ଯ୍ୟକ୍ଷମ ହେଉନ ତ ଆଉ କେଉଁଠି ଅର୍ଥ ଯୋଗାଣ ଅଭାବରୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଛି। ଫଳରେ କେନ୍ଦଝରଗଡ଼ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ ହୋଇଥିବା ନେଇ ପୂର୍ବତନ କାଉନସିଲର ପରେଶ କୁମାର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ପୌରାଞ୍ଚଳର ୧୦ନଂ ୱାର୍ଡ ବଡଡେରାରେ ୨୦୧୬-୧୭ରେ ସ୍ୱଛ ଭାରତ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ଦିନଟିଏ ପାଇଁ ଲୋକଙ୍କ କାମରେ ଆସିପାରି ନଥିବା ବେଳେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଖୋଲା ସ୍ଥାନକୁ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ବଡ କଥା, ପୌରପାଳିକା ପକ୍ଷରୁ ସ୍ୱଛ ଭାରତ ଯୋଜନାରେ ନିର୍ମିତ ଅନେକ ଶୌଚାଳୟକୁ ଜଳ ଓ ବିଦ୍ୟୁତ ଯୋଗାଣ ହୋଇ ପାରିନଥିବାରୁ ଏହି ସବୁ ଶୌଚାଳୟ କାର୍ଯ୍ୟକ୍ଷମ ହୋଇନପାରିବା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏଭଳିସ୍ଥିତିରେ ବଡଡେରାସ୍ଥିତ ଶୌଚାଳୟ କିଭଳି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ପୌର ପ୍ରଶାସନ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...