AFFILIATE MARKETING

https://binomo.com?a=90810425bb57&t=0

Saturday, May 27, 2023

ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ -

 ଡାଇନୋସରଙ୍କ ସହ ଅଛି କି ଏହି ଗଛର ସମ୍ପର୍କ? ୨୯ କୋଟି ବର୍ଷରୁ ହୋଇନାହିଁ କୌଣସି ପରିବର୍ତ୍ତନ

ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ ---




- ଦକ୍ଷିଣ ଏସିଆ ସମେତ ବିଶ୍ୱର କିଛି ସ୍ଥାନରେ ମିଳିଥାଏ ଏକ ଅନନ୍ୟ ଗଛ, ଯେଉଁ ଗଛକୁ ଲୋକେ ଅନେକ ଆଶା ନେଇ ଦେଖିଥାନ୍ତି । ଏହି ଗଛ ବିଗତ କୋଟି କୋଟି ବର୍ଷ ଧରି ପୃଥିବୀରେ ରହି ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହି ଗଛର ପ୍ରଜାତିରେ କେଣସି ପରିବର୍ତ୍ତନ ହୋଇନାହିଁ । ଅନେକ ଦେଶ ଏହି ଗଛକୁ ଚମତ୍କାରି ଗଛ ଭାବେ ବିଚାର କରି ଏହାକୁ ମନ୍ଦିରମାନଙ୍କରେ ଲଗାଇଥାନ୍ତି । କିଛି ଲୋକ ଏହି ଗଛକୁ ଡାଇନୋସର ସହ ସମ୍ପର୍କ ଥିବା କହିଛନ୍ତି । ଡାଇନୋସର ଲୋପ ପାଇ ଯାଇଥିଲେ ମଧ୍ୟ ଏହି ଗଛ ବର୍ତ୍ତମାନ ମଧ୍ୟ ପୃଥିବୀରେ ରହିଛି ।


ଦୁନିଆରେ ମିଳୁଥିବା ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ । ଚୀନର ବୌଦ୍ଧ ମନ୍ଦିରରେ ଏହି ଗଛ ଦେଖାଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛରୁ ସେମାନଙ୍କୁ ଶକ୍ତି ମିଳିଥାଏ । ଚୀନର ଏକ ବୌଦ୍ଧ ମନ୍ଦିରରେ ଲଗାଯାଇଥିବା ଏହି ଜିଙ୍କୋ ଗଛର ବୟସ ୧୪୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଇଛି । ଗୋଟିଏ ଜିଙ୍କୋ ଗଛର ବୟସ ୩୦୦୦ ବର୍ଷ ବୋଲି କୁହା ଯାଇଥାଏ । ଅନ୍ୟପଟେ ୟୁରୋପରେ ଏହି ଗଛ ସଡ଼କ ଧାରରେ ଲଗା ଯାଇଥିବା ଦେଖାଯାଏ । ଭାରତର ଉତ୍ତରାଖଣ୍ଡ ଏବଂ ନୈନିତାଲରେ ଏହି ଗଛ ଦେଖିବାକୁ ମିଳେ ।


ବୈଜ୍ଞାନିକଙ୍କ କହିବା ଅନୁସାରେ ଜିଙ୍କୋ ଗଛ ଏପରି ଏକ ଗଛ ଯେଉଁ ଗଛରେ ୨୯ କୋଟି ବର୍ଷ ଧରି କୌଣସି ପରିବର୍ତ୍ତନ ହୋଇନାହିଁ । ବିଶ୍ୱର ସର୍ବ ପୂରାତନ ଗଛ ଭାବେ ଏହା ପରିଚିତ । ଏହି ଗଛ ଚୀନରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ । ଏହା ଚୀନର ରାଷ୍ଟ୍ରିୟ ଗଛ ଭାବେ ଚିହ୍ନିତ କରାଯାଇଛି । ଏହା ପରେ ଏହି ଗଛ ଏସିଆରୁ ସମଗ୍ର ବିଶ୍ୱରେ ବ୍ୟାପି ଥିଲା । ଜାପାନରେ ଏହି ଗଛକୁ ଆଶାର ଗଛ ବୋଲି ବିଶ୍ୱାସ କରାଯାଏ । ଏହି ଗଛର ଚେର ବହୁତ ମଜବୁତ ହୋଇଥାଏ । ଗଛର ଉପର ସ୍ତର ନଷ୍ଟ ହୋଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ଏହି ଗଛ ପୁଣି ଜନ୍ମ ନେବା ଆରମ୍ଭ କରିଥାଏ ।


ଏହି ଗଛ ଦେଖିବାକୁ ଯେମିତି ସୁନ୍ଦର ସେହିପରି ଏହି ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଜିଙ୍କୋ ଗଛର ପତ୍ର ଆଖି ଏବଂ ମସ୍ତିଷ୍କ ସହ ଜଡ଼ିତ ରୋଗର ସମସ୍ୟାକୁ ଦୂର କରିଥାଏ । ଏହାର ବ୍ୟବହାର ଆୟୁର୍ବେଦରେ ଅଧିକ ହୋଇଥାଏ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...