AFFILIATE MARKETING

https://binomo.com?a=90810425bb57&t=0

Saturday, May 13, 2023

ନବଙ୍କଠାରୁ ଅଧିକ ଭୋଟ୍ ପାଇବେ କି ଦୀପାଳି? ଦିନେଶଙ୍କ ସମକକ୍ଷ ହେବେ ତ ଟଙ୍କଧର?

ନବଙ୍କଠାରୁ ଅଧିକ ଭୋଟ୍ ପାଇବେ କି ଦୀପାଳି? ଦିନେଶଙ୍କ ସମକକ୍ଷ ହେବେ ତ ଟଙ୍କଧର?





 

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଛି। ଏବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଢେର ଆଗରେ ରହିଛନ୍ତି। ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୩, ୫୫୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୩୫,୩୮୮ ଓ କଂଗ୍ରେସ ହାତେଇଛି ମାତ୍ର ୩୨୦୮ ଖଣ୍ଡ ଭୋଟ। ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଦୀପାଳିଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସ ଯେତିକି ଭୋଟି ପାଇଥିଲେ ଝିଅ ସେତିକି ଭୋଟ୍ ହାତେଇପାରିବେ କି?

ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭। ଏବେକାର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ନବ ଦାସଙ୍କ ପାଖାପାଖି ଭୋଟ ପାଇବେ ଦୀପାଳି। କାରଣ ଆଉ ମାତ୍ର ୭ ରାଉଣ୍ଡ ଭୋଟ ଗଣତି ବାକି ଅଛି।

ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କ ସମକକ୍ଷ ହୋଇପାରୁଛନ୍ତି କି ନାହା ଏବେ ବି ସନ୍ଦେହ ଘେରରେ। କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ। ସେ ୩୦.୦୪ ପ୍ରତିଶତ ଭୋଟ ପାଇଥିଲେ। ଏବେକାର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଦିନେଶ ଜୈନଙ୍କ ପାଖାପାଖି ଭୋଟ ପାଇବା କଷ୍ଟକର

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...