AFFILIATE MARKETING

https://binomo.com?a=90810425bb57&t=0

Saturday, May 20, 2023

ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପେଟ୍ରୋଲିଙ୍ଗ ସ୍ମାର୍ଟସିଟିରେ ସାବାଡ ହେବେ କ୍ରିମିନାଲ୍

 ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପେଟ୍ରୋଲିଙ୍ଗ

ସ୍ମାର୍ଟସିଟିରେ ସାବାଡ ହେବେ କ୍ରିମିନାଲ୍ 




ଭୁବନେଶ୍ୱର  : ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।


ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ଏହି ଡ୍ରୋନ ୫ କିଲୋମିଟର ପର୍ଯ୍ୟନ୍ତ ଆକାଶରେ ଉଡିପାରିବ । ପାଞ୍ଚ କିଲୋମିଟର ଯାଏ ଗତିବିଧି ଅନୁଧ୍ୟାନ କରିପାରିବ ଡ୍ରୋନ୍‌ । ବଡ ରାଲି, ଆଇନ ଶୃଙ୍ଖଳା ପରିସ୍ଥିତି, ଭିଆଇପି ମୁଭ୍‌ମେଣ୍ଟ ଉପରେ ନଜର ରଖିବ । ହାଇ ରିଜୋଲେସନ କ୍ୟାମେରାରେ ଚିତ୍ର ଉତ୍ତୋଳନ କରୁଥିବା ଏହି ଡ୍ରୋନରେ ନାଇଟ ଭିଜନ କ୍ୟାମେରା ରହିଛି । ଯେଉଁଥିରେ ଅତି ସହଜରେ ଅପରାଧ ରୋକିହେବ ବୋଲି ଆଶା ରଖିଛି ପୋଲିସ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...