AFFILIATE MARKETING

https://binomo.com?a=90810425bb57&t=0

Thursday, May 25, 2023

ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; କିଶତଓ୍ବାଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ ---

 ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; କିଶତଓ୍ବାଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ ---





ଶ୍ରୀନଗର: ଜାମ୍ମୁ-କାଶ୍ମୀର କିଶତଓ୍ବାଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଭୀର ଘାଟିକୁ ଖସିପଡ଼ିଲା ଯାତ୍ରୀବାହୀ ଗାଡ଼ି । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ମୁତାବକ, ଦୁର୍ଘଟଣା ଦଚ୍ଚନ ଇଲାକାରେ ଡାଙ୍ଗଦୂର ହାଡ୍ରୋପାଓ୍ବାର ପ୍ଲାଣ୍ଟ ପ୍ରକଳ୍ପ ନିକଟରେ ହୋଇଛି । ବୁଧବାର ସକାଳ ପ୍ରାୟ ୮.୩୫ମିନିଟରେ ଯାତ୍ରୀବାହୀ ଗାଡ଼ିଟି ଖାଇକୁ ଖସିପଡ଼ିଥିଲା । ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ଉଦ୍ଧାରକାରୀ କାର୍ଯ୍ୟ ଜାରି ରଖିଛନ୍ତି ।


 କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣାକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସେପଟେ କିଶତଓ୍ବାଡ଼ ଡିସି  ଡା. ଦେବାଂଶ ଯାଦବ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।  


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି । ଆହତଙ୍କୁ ଯଥା ସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତା ପଡ଼ିଲେ ଆହତଙ୍କୁ କିଶତବାଡ଼ରୁ ଡୋଡାକୁ ସ୍ଥାନାନ୍ତରିତ କରାଯିବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...