AFFILIATE MARKETING

https://binomo.com?a=90810425bb57&t=0

Friday, May 26, 2023

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ,

ଦ୍ବିତୀୟ ପତ୍ନୀର ଗଣ୍ଡି ଓ ମୁଣ୍ଡ ଅଲଗା କଲା ନୃଶଂସ ସ୍ବାମୀ, ଅଭିଯୁକ୍ତ ଗିରଫ




କାଶୀନଗର: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ଯୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଯୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ। ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି। ନିଜ ବିଲରେ ସ୍ତ୍ରୀର ମୃତଦେହ ପଡ଼ିଛି। ସକାଳ ପ୍ରାୟ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।


ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଉର୍ମିଳା ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଯୀର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିବା କାରଣରୁ ତାକୁ ଛାଡ଼ି ଚାଲିଯାଇଥିବା କୁହାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତର ଏକ ଦୁଇ ବର୍ଷର ଶିଶୁ ସନ୍ତାନଟିଏ ବି ଥିବା ଜଣାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...