🌹🌹🌹ଶିବ ପୁରାଣ 🌹🌹🌹
ପ୍ରଥମ ଖଣ୍ଡ
【ଭାଗ -୪୪】 ╚⏤⏤⏤⏤╗❀╔⏤⏤⏤⏤╝
#ଆଦିଶକ୍ତିଙ୍କର_ପ୍ରାଦୁର୍ଭାବ ।
===================
ବ୍ରହ୍ମା କୁମର କହିଲେ -ହେ ଋଷିଗଣ !ଏହାପରେ ଆନ ଗାଥା ଶୁଣ ।
ଶିବଙ୍କର ତାଣ୍ଡବରେ ପୃଥିବୀ କମ୍ପିଲା ।ବସୁମତୀ ର ମୁଖରୁ ରକ୍ତ ବହିଲା । ବସୁମତୀ ଆକୁଳ ରେ ଥରହର ହୋଇ କାନ୍ଦିଲା । ଏକାଗ୍ର ଚିତ୍ତରେ ବିଷ୍ଣୁ ଙ୍କୁ ସ୍ମରଣା କଲା ।କମଳା ରମଣ ବସୁମତୀ ର ଦୁଃଖ ଜାଣି ତା ନିକଟରେ ପ୍ରବେଶ ହେଲେ ଓ କହିଲେ -ଗୋ ବସୁମତୀ !ତୁମେ ଭାବନା କିଛି କର ନାହିଁ ।ତୁମେ ଶୀଘ୍ର ଆଦ୍ୟାଶକ୍ତି ଙ୍କୁ ସ୍ମରଣା କର ।ଆଦ୍ୟାଶକ୍ତି ଙ୍କ ବିନା ଆଉ କାହାର ଶକ୍ତି ନାହିଁ ଯେ ତୁମ ଦୁଃଖ ଶୁଣିବ ।ଆଦ୍ୟାଶକ୍ତି ହିଁ ଶିବଙ୍କ ନୃତ୍ୟ କୁ ବନ୍ଦ କରି ପାରିବେ । ଜଗତ ଜନନୀ ମାତା ଭବାନୀ ଅଟନ୍ତି । ଯୋଗମାୟା ,ଯୋଗରୁପା ଆଦ୍ୟା ସନାତନୀ ସେ । ତାଙ୍କ ପାଦରେ ତୁମେ ଭକ୍ତି କର । ତାଙ୍କୁ ଦେଖି ମହେଶ୍ବର ଶାନ୍ତି ହେବେ ।
ବିଷ୍ଣୁ ଭଗବାନ ଙ୍କ ଠାରୁ ବସୁମତୀ ଏହା ଶୁଣି ବିଷ୍ଣୁଙ୍କୁ ନମସ୍କାର କଲା
ଓ କହିଲା ହେ ପ୍ରଭୁ !ଆପଣ ବ୍ରହ୍ମାଣ୍ଡ ର କର୍ତ୍ତା ଅଟନ୍ତି । ତୁମ ଆଜ୍ଞାରେ ମୁଁ ମୁଣ୍ଡରେ ମେଦିନୀ ବୋହି ଅଛି । ତୁମ ଆଜ୍ଞାରେ ଚଉଦ ବ୍ରହ୍ମାଣ୍ଡ ଚଳୁଛି । ତେଣୁ ତୁମ ପାଦତଳେ ମୁଁ ଏହା ଜଣାଉଅଛି । ମୋ ପାଇଁ ଆପଣ ଆଦ୍ୟାଶକ୍ତି ଙ୍କୁ ଡାକନ୍ତୁ ?। ଶଙ୍ଖ ଚକ୍ରଧାରୀ ବସୁମତୀ କୁ ହଉ ବୋଲି କହିଦେଲେ ଓ ବିଷ୍ଣୁ ଭଗବାନ ଯୋଡ ହସ୍ତରେ ଆଦି ମାତା ଙ୍କୁ ଡାକିଲେ ...ନମସ୍ତେ ଗୋ ମହାମାୟୀ ଦୁର୍ଗତି ତାରିଣୀ , ହେ ପତିତପାବନୀ ,ହେ ଶଙ୍କର ଘରଣୀ , ମହା ପ୍ରଳୟ ରେ ତୁମେ ନାଶ ହୁଅ ନାହିଁ । ତୁମଠାରୁ ଚତୁର୍ଦ୍ଦଶ ପୁର ଜାତ ହୋଇଛି । ହେ ଦେବୀ ତୁମେ ସମସ୍ତ ଙ୍କୁ ଜାତ କର । ତୁମେ ଜଗତର ମାତା ଅଟ । ହେ ପରମ ସ୍ବାଧି ହେ ଜଗତ ଧାତ୍ରୀ !ତୁମକୁ ନମସ୍ତେ । ହେ ମହିଷାମର୍ଦ୍ଦିନୀ ! ହେ ଦୁର୍ଗେ ! ହେ କାଳୀ !ହେ କାଲରାତ୍ରୀ ! ଚଉଦ ମୁଣ୍ଡ ରକ୍ତବୀର୍ଯ୍ୟ କୁ ଆପଣ ହତ କରିଛନ୍ତି ,ଶୁମ୍ଭ ନିଶୁମ୍ଭ କୁ ମାରି ପୃଥିବୀ କୁ ଉଶ୍ୱାସ କରିଛ ତମେ ।ତୁମେ ଜଗତ ରକ୍ଷିଣୀ !ତୁମ୍ଭେ ଉଗ୍ରତାରା ! ତୁମ ଆଜ୍ଞା ମାନିବାରୁ ଧାତା ଲୋକେଶ ହେଲେ ଓ ସୃଷ୍ଟି ସର୍ଜନା କଲେ । ଆମେ ସର୍ଵ ଦେବ ମାନେ ତୁମ କଥା ମାନି ଜଣ ଜଣ କରି ଜଗତ ପାଳୁଛୁ । ଏବେ ତ୍ରିପିରାସୁର କୁ ମାରି ବିଶ୍ୱନାଥ ତାହାରି ଶବ ଉପରେ ନାଚୁଛନ୍ତି । ବହୁକାଳ ହେଲାଣି ଶିବ ତାଣ୍ଡବ ନୃତ୍ୟ କରୁଛନ୍ତି ।କୋପରେ ଏହି ତାଣ୍ଡବ ମାତା । ହେ ମାତା !ତୁମେ ଶିବ ଙ୍କୁ ଶାନ୍ତି କର ?। ହେ ଆଦୀମାତା !ହେ ଭଗବତୀ ତୁମକୁ ନମସ୍ତେ । ଏବେ ଚାରିଦିଗ ରୁଦ୍ର ଙ୍କ କୋପ ରେ ଜଳୁଅଛି ।ଭୂମି ଆଉ ସମ୍ଭାଳି ନପାରି ରସାତଳ କୁ ଯିବ । ରୁଦ୍ର ଙ୍କ ପାଦ ଭରା କୁ ପୃଥୀ ସହି ପାରୁନାହିଁ । ହେ ମାତା !ତୁମେ ପ୍ରିୟବାକ୍ୟ କହି ଶିବ ଙ୍କୁ ତୋଷ କର
ବ୍ରହ୍ମାସୁତ କହିଲେ- ହେ ଋଷିଗଣ ! ଦାମୋଦର ଏପରି ସ୍ତୁତି କରିବାରୁ ତାଙ୍କରି ସ୍ତୁତି ବାକ୍ୟ ମାହେଶ୍ୱରୀ ଜାଣି ଆକାଶ ମାର୍ଗରେ ଦୃଶ୍ୟ ହେଲେ । ସେ ଜଗତ ର ମାତା ସେ ହିଁ ମାହେଶ୍ୱରୀ ।ଶୁନ୍ୟରେ ବିଜେକଲେ ଦିବ୍ୟରୂପ ଧରି । ଆଦିନାରୀ ଆସିବାବେଳେ ସତେ ଯେପରି କୋଟି କୋଟି ବିଜୁଳି ଏକାଠି ହୋଇ ଆଲୁଅ ଦେଉଛନ୍ତି । ଶରଦ ଚନ୍ଦ୍ରମାକୁ ଜିଣି ଦେବୀ ଙ୍କ ମୁଖ ସୁନ୍ଦର ଦିଶୁଥାଏ ।ତା ମଧ୍ୟରେ କପାଳ ରେ ତିଳକ ବିରାଜୁଥାଏ ।ମୁଣ୍ଡରେ ରତ୍ନ ର ମୁକୁଟ ଅତି ମନୋହର ଦେଖାଯାଉଥାଏ କର୍ଣ୍ଣରେ ମଲ୍ଲୀଫୁଲ କଢ଼ି ଶୋଭା ପାଉ ଥାଏ ।ହୀରା ଲୀଳା ମଣି ମୁକ୍ତା ସେଥିରେ ଜଡିତ ହୋଇ ଅଛି । ବଉଁଳି ଝଲକା ଝଲମଲ ହୋଇ ବେନି କର୍ଣ୍ଣ ରେ ଝୁଲୁଥାଏ ।ନାକରେ ନାସା ବସାଣି ଗ୍ରହରାଜ ସହିତ ସମାନ ହୋଇଥାଏ । କଣ୍ଠ ରେ କଣ୍ଠ ମାଳା ପାଦରେ ଘଲକି ସୁବର୍ଣ୍ଣ ପଦ୍ମର ମାଳ ଆହୁରି ଶୋଭା କୁ ବଢ଼ାଇ ଦେଉଛି ।ହାତର ଚୁଡ଼ି ସୂର୍ଯ୍ୟ ଙ୍କ ତେଜ ଠାରୁ ଅଧିକ ତେଜ ଦେଖା ଯାଉଛି । କଟୀରେ ମେଖଳା ,ଚରଣରେ ନୁପୁର ,ଆଙ୍ଗୁଳି ରେ ରତ୍ନ ମୁଦି ଚହଟୁ ଥାଏ ସୁରଙ୍ଗିଣୀ ପାଟ ଦେବୀ ପରିଧାନ କରି ଥାଆନ୍ତି । ଅମ୍ଳାନ ବାସ ତାହାକୁ କହନ୍ତି । ସୁଲଳିତ ବିମ୍ବାଧର ମନ୍ଦ ହାସ ଶୋଭା ପାଉଥାଏ । ଏସବୁ ବେଶ ଦେଖି ଶିବ ସନ୍ତୋଷ ହେଲେ
ଚୌକତି ଆଲଟ ଚାମର ଉଡୁଥାଏ । ଯୁବତୀ ମାନେ ହୁଳହୁଳି ଦେଉ ଥାଆନ୍ତି ।ଆକାଶ ରୁ ପୁଷ୍ପ ବୃଷ୍ଟି ହେଉଥାଏ । କିଛି ଯୁବତୀ ଶଙ୍ଖ ନାଦ କରୁଥାନ୍ତି । ଭେରୀ ,ତୂରୀ ,ବୀଣା ବାଜୁଥାଏ । ନାରୀ ମାନେ ଜୟ ଜୟ କରୁଥାନ୍ତି ।ଏସବୁ ଦେଖି ତ୍ରିପୁରାରୀ ଆନନ୍ଦ ହେଲେ । ଇନ୍ଦ୍ର ଆଦି ଦେବତା ମାନେ ମାତା ଙ୍କୁ ଦେଖି ତୋଷ ହେଲେ । କୋଟି ରତି
ମୂର୍ତ୍ତି ମାତା ଙ୍କ ସହିତ ସମାନ ହେବ ନାହିଁ । ମାତାଙ୍କ ଦେଖି ବ୍ରହ୍ମା ଓ ବିଷ୍ଣୁ ପ୍ରଣାମ କଲେ । ସ୍ୱୟଂ ଜାଗନ୍ନତା ଙ୍କୁ ଦର୍ଶନ କଲେ । ମାତା ଙ୍କୁ ଦେଖି ମହାରୁଦ୍ର ନୃତ୍ୟ ରୁ ବିରତି ରହିଲେ ।
ସନତ କହିଲେ -ହେ ଋଷିଗଣ ! ଅସୁର ଅଙ୍ଗରେ ଶୂଳପାଣି ସ୍ଥିର ହୋଇ ବ୍ରହ୍ମାଙ୍କୁ ଚାହିଁ କହିଲେ -ହେ ଆଦିଦେଵ !ମୁଁ ତ୍ରିଲୋକ୍ୟ ଈଶ୍ୱର ଅଟେ ।ଆଦିଶକ୍ତି ଏଠାକୁ ଆସିଛନ୍ତି । ମୋ କାରଣ ପାଇଁ ସେ ଏଠାକୁ ଆସିଛନ୍ତି । ମୋତେ ସେ ଶାନ୍ତି କରିବା ପାଇଁ ଆସିଛନ୍ତି । ତୁମେ ଦେଖ ସେ ଗଗନ ମଣ୍ଡଳରେ ଉଭା ହୋଇଛନ୍ତି । ତୁମେ ସବୁ ଦେବତା ଜାଣିଛ ଯେ ମୁଁ ନିର୍ଗୁଣ ଅଟେ । ଯେଉଁ ରୂପରେ ଜୀଵ ପରମ ର ଦୂର ନାହିଁ । ସେହି ମୋର ଗୋଟିଏ ରୂପ । ମୁଁ ଯେଣୁ ତୁମ କାର୍ଯ୍ୟ ରେ ଗୁଣବନ୍ତ ହେଲି । ତେଣୁ ସେ ମୋ ପାଖକୁ ଆସିଲେ ସେହିଁ ସଗୁଣ ହୋଇ ଏଠାକୁ ଆସିଛନ୍ତି । ବ୍ରହ୍ମାଙ୍କୁ ଏତିକି କହି ଦିଗାମ୍ବର ସଂଗେ ସଂଗେ ଶୂନ୍ୟ କୁ ଗମନ କଲେ । ଦେବୀ ଙ୍କ ନିକଟକୁ ଯାଇ ନିଜ କୋଳ କୁ ଆଣିବାକୁ ହାତ ବଢ଼ାଇଲେ ।।ହାତ ବଢ଼ାଇଣ ଧରୁ ଧରୁ ତ୍ରିଲୋଚନ ବିଜୁଳି ପରି ଅନ୍ତର୍ଦ୍ଧାନ ହୋଇଗଲେ
।ମହାଦେବ ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି । ଶୂନ୍ୟ ରେ ଥାଇ ଭାରତୀ କହିଲେ -ଆହେ ପ୍ରଭୁ ଦେବ ଦେବ ତ୍ରିଭୁବନର ପତି ! ବିଶ୍ୱ ରଖିବାକୁ ତୁମେ ପୃଥୀ କୁ ଆସିଛ ? ତୁମ ପାଦ ପଦ୍ମ ଦର୍ଶନ କରିବା ପାଇଁ ମୁଁ ଏଠାକୁ ଆସିଛି । ତୁମ ପାଦତଳେ ମୁଁ ଶରଣ ପଶୁଛି । ମୋହର ଗୋଟିଏ ଅନୁରୋଧ ରଖ ?ତୁମ ବିନା ମୋହର ଅନ୍ୟ ଗତି ନାହିଁ । ଯୁଗେ ଯୁଗେ ତୁମ ପାଦରେ ମୁଁ ବନ୍ଧା ହୋଇଛି । ମୋହର ଗୋଟିଏ ମାତ୍ର ଗୁହାରି ତୁମ ପାଖରେ ପ୍ରଭୁ । ଆଉ ଅଳ୍ପ ଦିନ ଧର୍ଯ୍ୟ ଧରନ୍ତୁ ଶଙ୍କର ।ଆପଣ ମର୍ତ୍ତ୍ୟରେ ଦକ୍ଷ ଘରେ ମୁଁ ଜନ୍ମ ହେବି । ସାରା ବିଶ୍ୱ ଜାଣିବାରେ ମୁଁ ତୁମକୁ ବିବାହ କରିବି । ବର୍ତ୍ତମାନ ମୋ ଅଙ୍ଗ କୁ ତୁମେ ଯଦି ଛୁଇଁବ ତେବେ ତିନି ଭୁବନରେ ତୁମର ଅପଯଶ ହେବ ।
ସେତେବେଳେ ତୁମ ସହିତ ବିଭାଘର ହେଲେ ସର୍ଵ ନରନାରୀ ଧନ୍ୟ ଧନ୍ୟ କହିବେ ।ଏହା କହି ମହାମାୟୀ ଅଦୃଶ୍ୟ ହୋଇଗଲେ ।
କ୍ରମଶଃ...........
❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•
No comments:
Post a Comment