AFFILIATE MARKETING

https://binomo.com?a=90810425bb57&t=0

Thursday, May 4, 2023

ରାଷ୍ଟ୍ରପତିଙ୍କ ପାଇଁ ସ୍ପେଶାଲ ଚେୟାର, 3 ମାସ ଧରି ଚାଲିଛି କାମ

ରାଷ୍ଟ୍ରପତିଙ୍କ ପାଇଁ ସ୍ପେଶାଲ ଚେୟାର, 3 ମାସ ଧରି ଚାଲିଛି କାମ
ରାଇରଙ୍ଗପୁର: ଆସନ୍ତା ମେ’ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁରରେ ଥିବା ତାଙ୍କର ସ୍ମାରକୀ ଏସଏଲଏସ ବିଦ୍ୟାଳୟରେ ଜୋର୍ ସୋରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ବାଦାମପାହାଡ ଠାରେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଅବତରଣ କରି ଏସଏଲଏସ ସ୍ମାରକୀ ସ୍କୁଲ ପାହାଡପୁରକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ନାବାର୍ଡ ତରଫରୁ ଏକ କମ୍ୟୁନିଟି ସେଣ୍ଟର ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦକ୍ଷତା ବିକାଶ କେନ୍ଦ୍ରର ଭୂମି ପୂଜନ କରିବେ ରାଷ୍ଟ୍ରପତି। ଏଥିପାଇଁ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଖୁସି କହିଲେ ନ ସରେ। ସେପଟେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ କମିଟି ମେମ୍ବରମାନେ ମଧ୍ୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆ ଚୌକିରେ ବସାଇବା ନେଇ ସ୍କୁଲ ପରିସରରେ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର କାଠର ନୂଆ ଚୌକି ଆସନ ନିର୍ମାଣ କାର୍ଯ୍ୟ। ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ଏହି ଚେୟାରରେ କାରିଗରମାନେ ନିଖୁଣ ଭାବରେ ଚିତ୍ର ଅଙ୍କନ କରିଛନ୍ତି। ଏହାକୁ ନିର୍ମିତ କରିବା ପାଇଁ ପ୍ରାୟ ୩ ମାସ ଦିନ ରାତି ଏକ କରି କାରିଗର ମାନେ ନିର୍ମାଣ କରିଛନ୍ତି । ମୁନା ପ୍ରତିହାରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଶାଗୁଆନ କାଠ ଓ ପିଆଶାଳ କାଠ ରେ ନିର୍ମିତ ସ୍ବତନ୍ତ୍ର ଚୌକିକୁ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ସାରିଛନ୍ତି କାଠ କାରିଗର ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...